ପିପିଏଲ୍ ପ୍ଲାଣ୍ଟ ଆଗରେ ଠିକା ଶ୍ରମିକଙ୍କ ଧାରଣା

15

ଭୁବନେଶ୍ବର : ପାରାଦୀପ ପିପିଏଲ୍‌ ମୁଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଛନ୍ତି ୩୦୦ରୁ ଅଧିକ ଠିକା ଶ୍ରମିକ। ୧୨ ଦିନ ହେଲାଣି କମ୍ପାନୀ ମେକାନିକାଲ ଓ୍ବାକର୍ସ ମାନଙ୍କର ଗେଟ୍ ପାସ୍ ବନ୍ଦ କରିଥିବା ଅଭିଯୋଗ ହୋଇଛି। ଆନ୍ଦୋଳନ ଯୋଗୁଁ ଆଜି ଗାଡି ମୋଟର ଅଟକି ରହିଛି। ଶ୍ରମିକ ମାନଙ୍କ କାମ ବନ୍ଦ କରାଯାଇଥିବାରୁ ପରିବାର ଚଳାଇବାରେ ବହୁ ସମସ୍ୟା ଉପୁଜୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ବେଆଇନ ଭାବେ ଛଟେଇ କରାଯାଇଛି। ତେଣୁ ତୁରନ୍ତ ସେମାନଙ୍କୁ କାମ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମିଳିଛି।

Comments are closed, but trackbacks and pingbacks are open.