ଡେମୋକ୍ରାଟିକ୍ ପାର୍ଟିର ନେତୃତ୍ୱ ଛାଡ଼ିଲେ ପେଲୋସୀ

22

ନ୍ୟୁୟର୍କ: ଆମେରିକା ସଂସଦର ସ୍ପିକର୍ ନାନ୍ସୀ ପେଲୋସୀ କ୍ଷମତାସୀନ ଡେମୋକ୍ରାଟିକ୍ ପାଟିର ନେତୃତ୍ୱରୁ ଓହରିବାକୁ ଘୋଷଣା କରିଛନ୍ତି । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ରିପବ୍ଲିକାନ୍ ପାର୍ଟିର ବିଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଡେମୋକ୍ରାଟିକ୍ ପାର୍ଟିର ନେତୃତ୍ୱ ଯୁବ ନେତୃତ୍ୱ ହାତରେ ଦେବାକୁ ଚାହୁଁଛନ୍ତି ବୋଲି ୮୨ ବର୍ଷୀୟା ପେଲୋସୀ କହିଛନ୍ତି । ତେବେ ଏଥିପାଇଁ କୌଣସି ଦାବିଦାରଙ୍କୁ ସମର୍ଥନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପେଲୋସୀ ଲଗାତାର ଦୁଇ ଦଶକ ଧରି ଅପର୍ ହାଉସ୍‌ରେ ପାର୍ଟିର ସବୁଠୁ ବଡ଼ ନେତା ଭାବେ ରହିଆସିଛନ୍ତି । ପଦରୁ ହଟିବା ପାଇଁ ଘୋଷଣା କରିବା ପରେ ପାର୍ଟିର ବହୁ ନେତା ତାଙ୍କ ସ୍ଥାନ ନେବା ପାଇଁ ନିଜ ନିଜର ଦାବି ଉପସ୍ଥାପନ କରିଛନ୍ତି । ତେବେ ଏହି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ୫୨ ବର୍ଷୀୟ ହକିମ୍ ଜେଫରିଜ୍ । ସେ ୨୦୨୧ରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ର ସ୍ପିକର୍ ନିର୍ବାଚନରେ ପେଲୋସୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମାତ୍ର ସେତେବେଳେ ତାଙ୍କୁ କେବଳ ଗୋଟିଏ ଭୋଟ୍ ମିଳିଥିଲା । ଅନ୍ୟପକ୍ଷରେ ସ୍ପିକର୍ ପଦ ପାଇଁ ରିପବ୍ଲିକାନ୍ ପାର୍ଟି କେଭିନ୍ ମୋକର୍ଥୀଙ୍କୁ ପ୍ରାର୍ଥୀ କରିଛନ୍ତି । ପେଲୋସୀ ଏବଂ ମେକାର୍ଥୀ ପରସ୍ପରର ଘୋର ବିରୋଧୀ ବୋଲି କୁହାଯାଏ ।

Comments are closed, but trackbacks and pingbacks are open.