ପିସିସିର ମନମାନି :ବାହିନୀପତି ଦମ୍ପତ୍ତି

29

ସାରା ରାଜ୍ୟରେ ପ୍ରାୟ ସମୟ ରେ କଂଗ୍ରେସ ର କେଉଁଠି ଗୋଷ୍ଠୀ କନ୍ଦଳ ତ ଆଉ କେଉଁଠି ହାତାହାତି ହେଉଥାନ୍ତି କଂଗ୍ରେସ କର୍ମୀ ମାନେ ଇ ତେଣୁ ବେଳେବେ ଏହାକୁ ହାତ ପାର୍ଟି ନ କହି ହାତାହାତି ପାର୍ଟି ବୋଲି କୁହାଯାଇଥାଏ ଇ ଏବେ ପୁଣି କୋରାପୁଟ କଂଗ୍ରେସ କନ୍ଦଳ ଉଗ୍ର ହେଉଛି । ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଧମକ ଦେଇଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଥିଲେ। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ ପିସିସି ସଭାପତିକୁ ହଟାଇବାକୁ ହେବ। ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ କରିବା ପରିବର୍ତ୍ତେ ଦଳ ମଧ୍ୟରେ କନ୍ଦଳ ଲଗାଉଛନ୍ତି। ଏଥିନେଇ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ପିସିସି ସଭାପତିଙ୍କ ଉପରେ କୌଣସି ନେତାଙ୍କ ଆସ୍ଥା ନାହିଁ। ରାହୁଲ ଓ ସୋନିଆଙ୍କ ପାଖରେ ଏନେଇ ଦାବି କରିବୁ ବୋଲି ସେ କହିଛନ୍ତି। ସେମାନେ ନ ଶୁଣିଲେ ଦିଲ୍ଲୀରେ ଲଢେଇ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ବାହିନୀପତି ଦମ୍ପତିଙ୍କ ଉପରେ ଭାରି ପଡିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ସେ ଖୁଲମଖୁଲ୍ଲା କହୁଛନ୍ତି କି ଧମକ ନଦେଇ ବାହିନୀପତି ଦମ୍ପତ୍ତି ପ୍ରଥମେ ପଦବୀରୁ ଇସ୍ତଫା ଦେଇ ଦେଖାନ୍ତୁ ବୋଲି ଆହ୍ୱାନ କରିଛନ୍ତି। କୁଲେସିକା କହିଛନ୍ତି କି ତାରା ଜଣେ ବଡ଼ ଚତୁର ନେତା ଯାହା କୁହନ୍ତି ତାହା କେବେ କରନ୍ତି ନାହିଁ । ଆମେ ମଧ୍ୟ ଆମ କର୍ମୀ ମାନଙ୍କୁ ନେଇ ପିସିସି ସମ୍ମୁଖରେ ଠିଆ କରାଇ ପାରିବୁ। ଆଜି ଯାଏ କେତେଜଣ ଜିଲ୍ଲା ପିଲାଙ୍କୁ ଚାକିରି ମିଳିଛି,ଆଉ ଜିଲ୍ଲା ପିଲାଙ୍କୁ ଚାକିରି ନ ମିଳିଲେ ଅତ୍ମା ହୁତି ଧମକ ଦେବାକଥା କହୁଥିବା ବାହିନୀପତି କେତେଥର ଅତ୍ମା ହୁତି ଦେଇଛନ୍ତି ବୋଲି କୁଲେସିକା ପ୍ରଶ୍ନ କରିଛନ୍ତି।
କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବାରୁ ମିନାକ୍ଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଥିଲେ । ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଥିଲେ। ତେବେ ପିସିସି ବିରୋଧରେ ତାରା ଦମ୍ପତ୍ତିଙ୍କ ଖୁଲମଖୋଲା ଯୁଦ୍ଧ ଘୋଷଣା ନେଇ କଂଗ୍ରେସରେ କମ୍ପନ୍ନ ସଅଷ୍ଟି କରିଛି।

Leave A Reply

Your email address will not be published.