ଦିବାକର ନାୟକଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

3,160

ଭୁବନେଶ୍ୱର :- ସି ପି ଆଇ ର ପୂର୍ବତନ ରାଜ୍ୟ ସମ୍ପାଦକ ବିଶିଷ୍ଠ କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ବିୟୋଗ ରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ଦିବାକର ବାବୁଙ୍କ ବିୟୋଗ ଖବର ମୋତେ ଗଭୀର ମର୍ମାହିତ କରିଛି। କମ୍ରେଡ ଦିବାକର ନାୟକ କମ୍ୟୁନିଷ୍ଟ ଆନ୍ଦୋଳନର ଆଗଧାଡିର ନେତା ଥିଲେ।କମ୍ରେଡ ଦିବାକର ନାୟକ ସମାଜ ପରିବର୍ତ୍ତନ ପାଇଁ ଯେଉଁ ତ୍ୟାଗ,ସଂଘର୍ଷ କରିଛନ୍ତି ତାହା ଅତୁଳନୀୟ ଏବଂ ତାଙ୍କ ଉତ୍ସର୍ଗୀକୃତ ସରଳ ଜୀବନ ଶୈଳୀ ପାଇଁ ସେ ଉଦାହରଣ ହୋଇ ରହିବେ। ସେ ମାର୍କ୍ସବାଦୀ ସାହିତ୍ୟ ରେ ସୂଲେଖକ ଏବଂ ସୁସଂଗଠକ। ବହୁ ମାର୍କସବାଦି ଜନ ଆନ୍ଦୋଳନ ର ନେତୃତ୍ଵ ନେଇଥିଲେ।ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ସୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀଯୁକ୍ତ ଦାସ।

Comments are closed, but trackbacks and pingbacks are open.