ପଟ୍ଟାମୁଣ୍ଡାଇ: କାର୍ଯ୍ୟାଳୟ ଭିତରେ ତହସିଲଦାରଙ୍କୁ ନିସ୍ତୁକ ମାଡ଼

33

ପଟ୍ଟାମୁଣ୍ଡାଇ ତହସିଲ ଦାରଙ୍କ କାର୍ଯ୍ୟାଳୟ ରେ ପଶି ନାଦି ଦେଇ ଗଲେ ବିଧା ଗୋଇଠା ,ଚାପୁଡ଼ା I ଆଜି ଏପରି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ I
ସୂଚନାନୁସାରେ ପଟ୍ଟାମୁଣ୍ଡାଇର କଣିପାଳ ଗାଁର ଚାଷୀ, ଦୀର୍ଘ ଦିନ ହେବ ଗାଁରେ ଚାଲିଥିବା ବେଆଇନ୍ ଇଟାଭାଟିକୁ ବନ୍ଦ କରିବାକୁ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଇଟା ଭାଟିକୁ ବିରୋଧ କରି ତିନି ଦିନ ତଳେ ଗାଁର କେତେକ ଚାଷୀ ତହସିଲଦାରଙ୍କ ପାଖରେ ଫେରାଦ ହୋଇଥିଲେ। ଇଟା ଭାଟି ବନ୍ଦ କରିବା ପାଇଁ ଗୁହାରୀ କରିଥିଲେ। ତହସିଲ୍‌ଦାର ଚାଷୀଙ୍କ ଅଭିଯୋଗ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କ ର ଆଜି ହୋଇଛି ହାତାହାତି । ତହସିଲଦାର ଦିଲୀପ ଦିଲ୍ଲୀପ ସେଠୀଙ୍କ ସହ ପ୍ରଥମେ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ କଥା କଟାକଟି ପରେ ଠେଲାପେଲା ହୋଇଥିଲା ଆଉ ଏଥିରେ ଉତକ୍ଷିପ୍ତ ହୋଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଅନ୍ୟ ଜଣେ ସହଯୋଗୀଙ୍କ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଗାଳିଗୁଲଜ ସହ ମାଡ଼ କାରିଥିଲେ । ଦିଲୀପ ସେଠୀଙ୍କୁ ବିଧା, ଗୋଇଠା ମାରିଥିବା ସୂଚନା । ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି । ସେପଟେ ତହସିଲଦାର କହିଛନ୍ତି, ଇଟାଭାଟି ବନ୍ଦ କରିବା ପାଇଁ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଚିଠି ଲେଖାସରିଛି । ଏହାସତ୍ୱେ କିଛି ଚାଷୀ ତହସିଲଦାର କାର୍ଯ୍ୟାଳୟରେ ଉତେଜନା ସୃଷ୍ଟି କରିଥିବା କହିଛନ୍ତି ତହସିଲଦାର ।

Comments are closed, but trackbacks and pingbacks are open.