ପାଟିଦାରଙ୍କ ବିସ୍ଫୋରକ ଶତକ ବଳରେ ବାଙ୍ଗାଲୋର ୨୦୭ ର ବିଶାଳ ସ୍କୋର, ଲକ୍ଷ୍ନୌ ପାଇଁ ୨୦୮ ରନ୍‌ରଲକ୍ଷ୍ୟ

27

ଦିନେଶ କାର୍ତ୍ତିକ ୩୭ ରନର ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳକୁ ବିଶାଳ ସ୍କୋର ଦେଇଛନ୍ତି। ମୋହସିନ ଖାନଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଏହି କ୍ରମରେ ପାଟିଦାର ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳର ସ୍କୋରକୁ ୪ ଓ୍ଵିକେଟରେ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ୫୪ ବଲରୁ ୧୨ ଚୌକା ଏବଂ ୭ ଛକା ସହ ୧୧୨ ଏବଂ କାର୍ତ୍ତିକ ୨୩ ବଲରୁ ୫ ଚୌକା ଏବଂ ୧ ଛକା ସହୟତାରେ ୩୭ ରନ କରି ଅପରାଜିତ ଥିଲେ।  

Comments are closed, but trackbacks and pingbacks are open.