ଆବେଦନର ମାତ୍ର ୪ ଦିନ ଭିତରେ ହେବ ପାସପୋର୍ଟ ଭେରିଫିକେସନ୍‌

27

ପାସପୋର୍ଟ ଭେରିଫିକେସନ୍‌ ପାଇଁ ଆବେଦନର ମାତ୍ର ୪ ଦିନ ମଧ୍ୟରେ ହେବ I ପାସପୋର୍ଟ ଭେରିଫିକେସନ୍ ପାଇଁ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି Iପୁଲିସ୍‌ ଡିଜି ଅଭୟ କହିଛନ୍ତି 5T ଅଧୀନରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଏହା ଦ୍ୱାରା ଭାରତରେ ତତ୍‌କାଳ ପାସପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି।
ପୋଲିସ ଡିଜି ଆହୁରି କହିଛନ୍ତି, “୨୦୨୧ରେ ନିଷ୍ପତ୍ତି ଅନୁସାରେ ପାସପୋର୍ଟ ଭେରିଫିକେସନ 5T ଅଧୀନକୁ ଆଣି ଆବେଦନକାରୀଙ୍କୁ ତତ୍‌କାଳ ସୁବିଧା ଯୋଗାଇବା ପାଇଁ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଯାଇଛି । ଏଠି ନିମନ୍ତେ ସବୁ ଥାନାକୁ ଗୋଟିଏ ଲେଖା ଟାବଲେଟ ଦିଆଯାଇଛି । ସେଥିରେ ପାସପୋର୍ଟ ଭେରିଫିକେସନ ପାଇଁ ଆପ୍‌ ଇନଷ୍ଟଲ କାରାଇ ଚଳିତ ବର୍ଷ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି।”
ପୂର୍ବରୁ ପାସ୍‌ପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିବା ବେଳେ ଏବେ ତାହା କମି କମି ୪ ଦିନରେ ପହଞ୍ଚିଲାଣି।
ସେହିପରି ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ ଟାଇମ୍‌ ୬ ଦିନ ଥିଲା। ସେପ୍ଟେମ୍ବର ପ୍ରଥମ ୧୫ ଦିନରେ ମାତ୍ର ୪ ଦିନରେ ହୋଇଯାଉଛି ଏହି କାମ । ପୂର୍ବାପେକ୍ଷା ବର୍ତ୍ତମାନ କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ ହେଇଯାଉଛି I ସେଥିପାଇଁ ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୁଲିସ ଡିଜି ।

Leave A Reply

Your email address will not be published.