ରେଳ ଷ୍ଟେସନରେ ଯାତ୍ରୀଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ

0 22

ରାଜ୍ୟରେ କରୋନା ସହିତ ଓମିକ୍ରନ ସଂକ୍ରମଣ ହାର ଦ୍ରୁତ ବେଗରେ ବଢି ଚାଲିଛି । ଫଳରେ ଟିକାକରଣ ଓ କଟକଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିମାନ ଯାତ୍ରୀ ଙ୍କ ପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ଦୈନିକ ୧୦ ହଜାର ଟେଷ୍ଟିଂ କରିବାକୁ ବିଏମସି ଟାର୍ଗେଟ କରିଛି । ନମୁନା ପରୀକ୍ଷା ପାଇଁ ଷ୍ଟେସନରେ ଏକାଧିକ ଟିମ୍ ରହିବେ । ସେହିଭଳି ଆଜିଠାରୁ ଭୁବେନଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର କୁ ବାଧ୍ୟତାମୂଳକ କରାଯାଇଛି ଇ ତେବେ ଯେଉଁ ବିମାନ ଯାତ୍ରୀମାନେ ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ କରାଇଥିବେ ସେମାନଙ୍କ ପାଇଁ ଏହି ନିୟମ କୁ ବିଏମସି ପକ୍ଷରୁ କୋହଳ କରାଯାଇଛି Iତେବେ ରାଜ୍ୟରେ ଆଜି ୨୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.