ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

35

ବରଗଡ: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଯାତ୍ରୀ ମାନେ ପ୍ରଥମେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଆଜି ସକାଳୁ ଯାତ୍ରୀ ମାନଙ୍କୁ ଧରି ବସ୍ ଟି ଫେରୁଥିବାବେଳେ, ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା ।

ସ୍ଥାନୀୟଲୋକଙ୍କ ସହାୟତାରେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ଆସିପହଞ୍ଚିଥିଲେ । ଏଥିରେ ମୋଟ ୫୦ ଜଣ ଯାତ୍ରୀ ଥିବାବେଳେ, ୧୫ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

Comments are closed, but trackbacks and pingbacks are open.