ସୁସ୍ଥ ଅଛନ୍ତି ପାର୍ଥ ଚାଟାର୍ଜୀ,ଅଧିକ ଚିକିତ୍ସାର ଆବଶ୍ୟକତା ନାହିଁ : ଭୁବନେଶ୍ୱର ଏମ୍ସ

34

ପାର୍ଥ ଚାଟାର୍ଜୀ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର I ପଶ୍ଚିମବଙ୍ଗ ଏସଏସସି ସ୍କାମ ରେ ଇଡି ଦ୍ୱାରା ଗିରଫ ହୋଇଥିବା ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସୋମବାର କୋଲକାତା ହାଇକୋର୍ଟ ଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି I ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ସରିଛି Iପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ। ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଏମ୍ସ କହିଛି ଯେ, ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି। ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା, ଏବେ ଅବସ୍ଥା ସ୍ଥିର ଅଛି। ଏହି ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।
ସୂଚାନୁସାରେ ଏସଏସସି ଘୋଟାଲା ଗିରଫ ପରେ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନର ଇଡି ହେପାଜତକୁ ପଠାଯାଇଥିଲା କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ପାର୍ଥ ଚାଟାର୍ଜୀ ଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ସେଠାରେ ସେ ଡନ୍‌ ପରି ବ୍ୟବହାର କରୁଛନ୍ତି। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଥିଲା। ଇଡି କହିଥିଲା ଯେ ପାର୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ସମୟକୁ ହେପାଜତ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । ଯଦି ସେ ଚିକିତ୍ସା ଆବଶ୍ୟକ କରନ୍ତି, ତେବେ ଆମେ ତାଙ୍କୁ ଦିଲ୍ଲୀ କିମ୍ବା କଲ୍ୟାଣୀର AIIMS କୁ ନେଇପାରିବା ।
ପାର୍ଥ ଚାଟାର୍ଜୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଦିଲ୍ଲୀ କିମ୍ବା କୋଲକତାସ୍ଥିତ ଏମ୍ସ କଲ୍ୟାଣୀକୁ ନେବାକୁ ପ୍ରସ୍ତୁତ ଥିବା ଇଡି ପକ୍ଷରୁ ନିଜ ଆବେଦନରେ କୁହାଯାଇଥିଲା। ମାତ୍ର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed, but trackbacks and pingbacks are open.