କୋଲକାତାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ପହଁଚିଲେ ପାର୍ଥ ଚାଟାର୍ଜୀ ,ଏମ୍ସ ରେ ଭର୍ତି

28

କୋଲକାତାର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଭୁବନେଶ୍ୱର ଏମ୍ସ ରେ ଭର୍ତି I ୨୦୧୭ ରେ ପଶ୍ଚିମବଙ୍ଗ ରେ ଶିକ୍ଷକ ନିଯୁକ୍ତି ମାମଲାରେ ବ୍ୟାପକ ଦୁର୍ନୀତି ନେଇ ଇଡି ଦ୍ୱାରା ଗିରଫ ହୋଇଥିଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ I କଲିକତା ହାଇକୋର୍ଟରୁ ଜାମିନ ଖାରଜ ହେବାପରେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା । ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ବିଚାରପତି I ଏହିକ୍ରମରେ ସୋମବାର ୩ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ହୋଇଛି। ମନ୍ତ୍ରୀଙ୍କ ସହିତ ଏସଏସକେଏମ ସୁପର ସ୍ପେଶାଲିଟି ହସ୍ପିଟାଲର ଏକ ଡାକ୍ତର ଓ ତାଙ୍କର ଓକିଲ ମଧ୍ୟ ରହିବେ । ତେବେ ସକାଳୁ ପାର୍ଥ ଚଟାର୍ଜୀଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ବର ଅଣାଯାଇଛି। ଏମ୍ସ ହସ୍ପିଟାଲରେ ଥିବା ଅନେକ ବଙ୍ଗଳା ରୋଗୀଙ୍କ ସମ୍ପର୍କୀୟ ପାର୍ଥଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି। ଏପଟେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ଚାଲିଥିବା ଏମ୍ସ ନିର୍ଦେଶକ କହିଛନ୍ତି ।

ଭୁବନେଶ୍ୱର ଏମ୍ସକୁ କାର୍ଡିଓଲୋଜି, ନେଫ୍ରୋଲୋଜି, ରେସ୍ପିରେଟରୀ ମେଡିସିନ ଓ ଆଡୋକ୍ରିନୋଲୋଜିର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ଦ୍ୱାରା ଅଭିଯୁକ୍ତ ମନ୍ତ୍ରୀଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମେଡିକାଲ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସ ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାର କପି ଯାଞ୍ଚଅଧିକାରୀ, ଚିକିତ୍ସା ଅଧିକାର ଓ ଅଭିଯୁକ୍ତଙ୍କ ଓକିଲଙ୍କୁ ସୋମବାର ଅପରାହ୍ନ ୩ଟା ଭିତରେ ହସ୍ତାନ୍ତର କରିବ । ଯାଞ୍ଚ ଅଧିକାରୀ ଏହି ମେଡିକାଲ ରିପୋର୍ଟକୁ କୋଲକାତାରେ ନିଜର ସମକକ୍ଷଙ୍କୁ ଫରୱାର୍ଡ କରିବେ, ଯାହାକି ପିଏମଏଲ ଆଇନ ଅନୁସାରେ ସ୍ୱତନ୍ତ୍ର ବିଚାରପତିଙ୍କୁ ଦାଖଲ କରାଯିବ ।
ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୪ଟାରେ ଟ୍ରାଏଲ କୋର୍ଟରେ ଶୁଣାଣି ହେବ । ପାର୍ଥ ଚାଟାର୍ଜୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଯିବ ।

ହାଇକୋର୍ଟ କହିଛନ୍ତି ଯେ, ଏହା ସମସ୍ତେ ଜାଣନ୍ତି ଯେ, ଡାକ୍ତର ହିପ୍ପୋକ୍ରେଟିକ ଶପଥ ନେବା ପରେ ହିଁ ଡାକ୍ତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥାନ୍ତି । ଏଥି ପାଇଁ ଡାକ୍ତରଙ୍କ ବିଶ୍ୱସନୀୟତା ଉପରେ କୌଣସି ପ୍ରଶ୍ନ ନାହିଁ । ମାତ୍ର ନିକଟରେ ପଶ୍ଚିମବଙ୍ଗରେ କ୍ଷମତାସୀନ ଦଳର ଏକାଧିକ ନେତାଙ୍କୁ ଗିରଫ କରାଯାଇଛି ।

Comments are closed, but trackbacks and pingbacks are open.