ପରିଣୀତିଙ୍କ ରାଜନୀତି ଏଣ୍ଟ୍ରି; କଣ କହିଲେ ପଢନ୍ତୁ ?

119

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା । ଚଳିତ ବର୍ଷ ସେପ୍ଟେମ୍ବରରେ ରାଜନେତା ରାଘବ ଚଢାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଦୁହିଁଙ୍କ ଜୋଡି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଦେଖାନ୍ତି । ନିକଟରେ ପରିଣୀତିଙ୍କୁ ଭଦୋଦରାଠାରେ ଏକ ଫ୍ୟାଶନ ଶୋ’ରେ ଦେଖିବାକୁ ମିଳିଥିଲା । ସେଠାରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାଜନୀତିରେ ଯୋଗ ଦେବା ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ।

ଉତ୍ତରରେ ସେ ଯାହା କହିଛନ୍ତି , ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ବଲିଉଡ଼ ବିଷୟରେ ରାଘବ କିଛି ଜାଣିନଥିବା ବେଳେ ରାଜନୀତି ବିଷୟରେ ମୋର ବିଶେଷ ଜ୍ଞାନ ନାହିଁ । ସେଥିପାଇଁ ମୁଁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ ଉଠୁନି ।ଏହା ବ୍ୟତୀତ ସଫଳ ବୈବାହିକ ଜୀବନର ରହସ୍ୟ ବିଷୟରେ ପରିଣୀତି ନିଜ ଅନ୍ଦାଜରେ କହିଥିଲେ । ‘ଆମେ ଦୁହେଁ ପବ୍ଲିକ୍ ଲାଇଫରେ ଥିବା ସତ୍ତ୍ୱେ ସମସ୍ତେ ଏତେ ଭଲପାଇବା ଦେବେ ବୋଲି କେବେ ଭାବିନଥିଲି ।

ମୋ ହିସାବରେ ଯଦି ଆପଣ ଠିକ୍ ବ୍ୟକ୍ତି ସହ ଅଛନ୍ତି , ତେବେ ଆପଣଙ୍କ ବୈବାହିକ ଜୀବନ ସବୁଠାରୁ ଭଲ ରହିବ । ନିକ ଓ୍ବାର୍କ ଲାଇଫ ସର୍ବଦା ବାଲାନ୍ସରେ ରଖିବା ଆବଶ୍ୟକ ।  ଲୋକମାନେ ସାଧାରଣତଃ କାର୍ଯ୍ୟବ୍ୟସ୍ତତା ଭିତରେ ନିଜର ଯତ୍ନ ନେବା ଭୁଲିଯାଇଥାନ୍ତି । କିନ୍ତୁ ଏହା ଜୀବନ ଜୀଇଁବାର ଉଚିତ ମାର୍ଗ ନୁହେଁ । ତେବେ ଏଥିରୁ ଜଣାପଡିଲା ଯେ ପରିଣୀତି ରାଜନୈତିକ ଜଗତରେ ଏଣ୍ଟ୍ରି କରିବାକୁ ଆଗ୍ରହୀ ନାହାନ୍ତି ।

Comments are closed, but trackbacks and pingbacks are open.