ବ୍ୟାନ ହେଲା ହାନିକାରକ ତୃଣନାଶକ ପାରାକ୍ୱେଟ

479

ଭୁବନେଶ୍ୱର : ମାରାତ୍ମକ ଘIସମରା ପାରାକ୍ୱେଟ ବ୍ୟବହାର ହେଲା ନିଷେଧ I ଏହାକୁ ବିଶେଷ କରି ଚାଷ ଜମିରେ ତୃଣନାଶକ ଭାବରେ ବ୍ୟବହାର କରାଯାଉଥିଲା । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ନିଷିଦ୍ଧ କରାଯାଇଛି । ଗୁରୁବାର କୃଷି ବିଭାଗ ଏକ ଆଦେଶନାମା ପ୍ରକାଶ କରିଛି । ଏହି ବିଷାକ୍ତ ରାସାୟନିକ ପଦାର୍ଥ ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧିନିୟମ ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ ।

ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସମ୍ପର୍କରେ ମତାମତ ନିଆଯିବ । ଏହା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହାର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାରକ୍ୱେଟ୍‌ ନିଷିଦ୍ଧ ବିଷୟରେ ଯାଞ୍ଚ ପାଇଁ କୃଷି ବିଭାଗକୁ ପରାମର୍ଶ ଦେଇଥିଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଅଧିକୃତ ବିକ୍ରେତାଙ୍କ ଦ୍ୱାରା କୀଟନାଶକ ଓ କୃଷି ରାସାୟନିକ ଦ୍ରବ୍ୟ ବିକ୍ରି ପାଇଁ ନିୟମ କରାଯାଇଛି। ଏଣିକି କୃଷି ପାଇଁ କୌଣସି ଔଷଧ/କେମିକାଲ ଦରକାର ହେଲେ ସମ୍ପୃକ୍ତ ବିଭାଗୀୟ କୃଷି ଅନୁଷ୍ଠାନ ବୈଜ୍ଞାନିକଙ୍କ ଠାରୁ ପ୍ରେସକ୍ୟୁସନକୁ ବାଧ୍ୟତାମୂଳକ କରାଯାଇଛି I

Comments are closed, but trackbacks and pingbacks are open.