ପରମବୀର ସିଂ ଙ୍କୁ ସୁପ୍ରିମକୋର୍ଟ ଙ୍କ ଠାରୁ ମିଳିଲା ଅନ୍ତରୀଣ ସୁରକ୍ଷା :୪୮ ଘଣ୍ଟା ମଧ୍ୟରେ ହଜାର ହେବେ

17

ପରମବୀର ସିଂହଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ । ସେ ଭାରତ ରେ ଅଛନ୍ତି ବିଦେଶ ଯାଇ ନାହାନ୍ତି କିମ୍ବା ବିଦେଶ ଯିବାକୁ ଚାହାନ୍ତି ନାହିଁ I ପରମବୀରଙ୍କ ଓକିଲ କହିଥିଲେ ଯେ, ସେ ଦେଶ ଭିତରେ ହିଁ ଅଛନ୍ତି, ୪୮ ଘଣ୍ଟା ମଧ୍ୟରେ ହାଜର ହୋଇପାରିବେ । କିନ୍ତୁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ‘ତେଣୁ ସଁ ମୁମ୍ବାଇ ଆସିବାକୁ ଡରୁଛନ୍ତି ଇ ପରମବୀର ସିଂ ଙ୍କ ଓକିଲ ପୁନୀତ୍ ବାଲି ସୁପ୍ରିମକୋର୍ଟ ଙ୍କୁ ଏହା ଜଣାଇବା ପରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ସହିତ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୬ ତାରିଖରେ ହେବ ବୋଲି କୁହାଯାଇଛି ।

ପରମବୀରଙ୍କ ଓକିଲ ପୁନୀତ୍ ବାଲୀ ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲଙ୍କ ପୀଠକୁ କହିଛନ୍ତି ଯେ, ପରମବୀର ଦେଶରେ ହିଁ ଅଛନ୍ତି । ମୁମ୍ବାଇ ପୋଲିସ୍ ପକ୍ଷରୁ କଣ ସମସ୍ୟା ରହିଛି ସେ ସମ୍ପର୍କରେ ପଚରାଯିବାରୁ ତାଙ୍କ ଓକିଲ କହିଥିଲେ ଯେ, ପରମବୀରଙ୍କ ବିରୋଧରେ ଅନେକ ଏଫଆଇଆର୍ ରହିଛି । ତେଣୁ ତାଙ୍କ ଜୀବନକୁ ବିପଦ ଅଛି । ତେଣୁ ସେ ଲୁଚିଛନ୍ତି । ତାଙ୍କ ନିକଟକୁ ବାରମ୍ବାର ଫୋନରେ ଧମକ ଆସୁଛି I

ଶୁଣାଣି ସମୟରେ ସୁପ୍ରିମକୋର୍ଟର ଏକ ବେଞ୍ଚ ପଚାରିଛି ଯେ ଫୋନରେ କ’ଣ ଘଟିଛି ତାହାର ଟ୍ରାନ୍ସକ୍ରିପସନ୍ କେଉଁଠାରେ ଅଛି? ତା’ପରେ ଓକିଲ ପୁନୀତ୍ ବାଲି ଏହି ଟ୍ରାନ୍ସକ୍ରିପସନ୍ ଉପସ୍ଥାପନ କରିଥିଲେ। କହିଥିଲେ ମୋ ମହକିଲ ଙ୍କୁ କିପରି ଧମକ ଦିଆଯାଇଛି I ସେ ରାଜ୍ୟର ଗୃହମନ୍ତ୍ରୀଙ୍କ ବିରୋଧରେ ଷ୍ଟାଣ୍ଡ ନେଇଛନ୍ତି । ତେଣୁ ଏହି ମାମଲାର ଯାଞ୍ଚ, ସିବିଆଇକୁ ପଠାଯାଉ । ତାପରେ ହାଜର ହେବେ ବୋଲି କୁହାଯାଇଛି । ସେ ରାଜ୍ୟର ଗୃହମନ୍ତ୍ରୀଙ୍କ ବିରୋଧରେ ଷ୍ଟାଣ୍ଡ ନେଇଛନ୍ତି । ତେଣୁ ଏହି ମାମଲାର ଯାଞ୍ଚ, ସିବିଆଇକୁ ପଠାଯାଉ । ତାପରେ ହାଜର ହେବେ ବୋଲି କୁହାଯାଇଛି ।

ସୂଚନା ଥାଉକି ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଚାନ୍ଦI ଆଦାୟ ଦୁର୍ନୀତି ,ଜଣେ ବିଲଡର ଙ୍କ ଠାରୁ ୧୫ କୋଟି ଟଙ୍କା ଜବରଦସ୍ତ ଚାନ୍ଦI ଆଦାୟ ଇତ୍ୟାଦି ୬ ଟି ଅପରାଧିକ ମାମଲା ରୁଜୁ ହୋଇ ଥିଲା ସେହିଭଳି ଆଣ୍ଟିଲିଆ ବୋମା ମାମଲାରେ ପରମବୀର ସିଂଙ୍କ ସହିତ ୬ ଜଣ ପୋଲିସ ଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା I ତେବେ ସେ ଅନିଲ ଦେଶମୁଖଙ୍କ ବିରୋଧରେ ଚାଲୁଥିବା ତଦନ୍ତ ସମୟରେ ପଳାୟନ କରିଥିଲେ ଏବଂ ଏନଆଇଏ ପକ୍ଷରୁ ୪ ଥର ସମନ ପରମବୀର ସିଂ କୋର୍ଟରେ ହାଜର ହୋଇନଥିଲେ। ତେଣୁ ତାଙ୍କୁ ମୁମ୍ବାଇ ଏ ଏକ କୋର୍ଟ ପଳାତକ ଘୋଷିତ କରିଥିଲା

Leave A Reply

Your email address will not be published.