ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବୋମାମାଡ଼, ୨ ଦୁର୍ବୃତ୍ତ ଅଟକ

31

ପଞ୍ଜାବ:ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ । ବିଳମ୍ବିତ ରାତିରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ତେବେ ୫ ଦିନ ମଧ୍ୟରେ ତୃତୀୟ ବିସ୍ଫୋରଣ । ବୋମାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କୁ ଅଟକ ରଖାଯିବା ସହ ପରେନ୍ସିକ ଟିମ୍ ଆରମ୍ଭ କରିଛି ତଦନ୍ତ ।

ସୂଚନାଥାଉ ଯେ, ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ଏକ ବିସ୍ପୋରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ସ୍ୱର୍ଣ୍ଣ ମନ୍ଦିରଠାରୁ ଅଳ୍ପ ଦୂରରେ ଥିବା ହେରିଟେଜ୍ ଷ୍ଟ୍ରିଟ୍ ରେ ଏହି ବିସ୍ଫୋରଣ ଘଟିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଯେ ମନ୍ଦିର ନିକଟରେ ଏହା ଥିଲା ଦ୍ୱିତୀୟ ବିସ୍ଫୋରଣ ।

Comments are closed, but trackbacks and pingbacks are open.