ଚର୍ଚ୍ଚାରେ ପାଣ୍ଡ୍ୟା !

42

ବିଜୟ ସହ ନୂଆବର୍ଷ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଦଳ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଜିତିଥିବାବେଳେ, ସିରିଜରେ ଏବେ ୧-୦ରେ ଆଗୁଆ ରହିଛି । ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ପରେ ସୋସିଆଲ୍ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଧୋନୀଙ୍କ ତୁଳନା ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ କହିବା ସହିତ, ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବ ବୋଲି ଆଶା ବାନ୍ଧିବା ଆରମ୍ଭ କରିଛନ୍ତି ।

ଖାଲି ସେତିକି ନୁହେଁ, କ୍ରିକେଟର ବଦ୍ରିନାଥ ମଧ୍ୟ ସେହି ସମାନ କଥା କହିଛନ୍ତି । ହାର୍ଦ୍ଦିକଙ୍କ ଭିତରେ ସେ ଧୋନୀଙ୍କ ଝଲକ ଦେଖିବା ସହିତ ୨୦୦୭ ବିଶ୍ୱକପ୍ ଭଳି ଟିମ୍ ଇଣ୍ଡିଆରେ ଏକ ଯୁବ ଟିମ୍ ଓ ଯୁବ କ୍ୟାପଟେନ୍ ଦେଖିଲେ ବୋଲି ସେ ଟୁଇଟ୍ କରିଛନ୍ତି ।ତେବେ ଧୋନୀଙ୍କୁ କ୍ରିକେଟ୍ ଇତିହାସରେ ବେଷ୍ଟ ଫିନିସର ବୋଲି କୁହାଯାଏ । ଟିମ୍ ଇଣ୍ଡିଆକୁ ଦୁଇଟି ବିଶ୍ୱକପ୍ ଜିତାଇବା ସହିତ ଆଇପିଏଲରେ ମଧ୍ୟ ଧୋନୀ ସଫଳ ଅଧିନାୟକ । ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଚାରିଥର ଟ୍ରଫି ଜିତିପାରିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏବେ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି । ତାଙ୍କ ନେତୃତ୍ୱରେ ଦଳ ଟି-୨୦ରେ ଭଲ ପ୍ରଦର୍ଶନ କରିବା ସହିତ ଆଗକୁ ବିଶ୍ୱକପ୍ ଜିତିବ ବୋଲି ମଧ୍ୟ ଆଶା କରାଯାଉଛି ।

ଗତକାଲି ଭାରତ-ଶ୍ରୀଲଙ୍କା ଭିତରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଦଳ ଶ୍ରୀଲଙ୍କାକୁ ମାତ୍ର ୨ ରନରେ ପରାସ୍ତ କରିଛି । ତେବେ ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କ ଉପରେ ଭରସା କରିଥିଲେ । ଆଉ ତାଙ୍କୁ ବୋଲିଂ କରିବାକୁ ଦେଇଥିଲେ । ଅକ୍ଷର ତାଙ୍କ ଶେଷ ଓଭରରେ ଗୋଟିଏ ଛକା ଖାଇଥିଲେ ମଧ୍ୟ, ଟିମ୍ ଇଣ୍ଡିଆକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.