ପାଣ୍ଡୋରା ପେପର୍ସ’ ର ତଦନ୍ତ ନିର୍ଦ୍ଦେଶ: ତାଲିକାରେ ବିଶ୍ୱ ର ୩୩୦ ରାଜନେତା ଓ ୧୩୦ କୋଟିପତି

19

ସାରା ଦେଶ ରେ ହଇଚଇ ସୃଷ୍ଟି କରିଥିବା ‘ପାଣ୍ଡୋରା ପେପର୍ସ’ ଲିକ ମାମଲାରେ ଭାରତ ସରକାର ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯାଞ୍ଚ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି । ଏହି ମାମଲା ରେ ୩୮୦ ପ୍ରତିଷ୍ଠିତ ଭାରତୀୟଙ୍କ ର ନାମ ରହିଥିବା ଅଭିଯୋଗ ହୋଇଛି । ଅର୍ଥମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଭାରତ ସରକାର ଏହି ମାମଲାରେ ସଂପୂର୍ଣ୍ଣ ଅବଗତ ଅଛନ୍ତି । ଜଡ଼ିତ ଏଜେନ୍ସି ମାନଙ୍କ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯିବ ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଅର୍ଥମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ଗଣମାଧ୍ୟରେ କିଛି ଭାରତୀୟଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ସୋମବାର ଭାରତ ସରକାର ଏହି ମାମଲାରେ ସିବିଡିଟି ଚେୟାରମ୍ୟାନ ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆୟକର ବିଭାଗ ,ରିଜର୍ଭ ବ୍ୟାଙ୍କ ,ଆର୍ଥିକ ଗୁଇନ୍ଦା ସଂସ୍ଥା (ଏଫଆଇୟୁ) ଯାଞ୍ଚ କରିବେ ।
ରବିବାର ,୩ ତାରିଖରେ ପ୍ରଘଟ ପାଣ୍ଡୋରା ପେପର୍ସ ତଥ୍ୟ ଅନୁସାରେ ବିଶ୍ୱ ର ବହୁ ନାମିଦାମୀ ବ୍ୟକ୍ତି ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି ଇ ଏଥିପାଇଁ ୧୯୯୬ ରୁ ୨୦୨୦ ମଧ୍ୟରେ ପ୍ରାୟ ୨୦୦ ରାଷ୍ଟ୍ର ତଥା ଅଂଚଳରେ ୧୨ ମିଲିୟନ ଦସ୍ତାବିଜକୁ ତଦନ୍ତ କରି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ମନି ଲଣ୍ଡରିଂ, ଟାକ୍ସ ଚୋରୀ, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଭଳି କାରବାରର ପର୍ଦ୍ଦାଫାସ କରୁଥିଲା । ତେବେ ଏହି ପେପରରେ ବିଶ୍ୱର ଅନେକ ଧନି ଲୋକଙ୍କ ନାଁ ମଧ୍ୟ ରହିଛି । ୧୧୭ ଟି ଦେଶର ୬ ଶହରୁ ଅଧିକ ସାମ୍ବାଦିକ ଏବଂ ୧୪୦ ଟି ମିଡିଆ ଅର୍ଗାନାଇଜେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଖୁଲାସା ଇଣ୍ଟର ନ୍ୟାସନାଲ କନସରଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜମ କରିଛି ।
ତେବେ ଭାରତରୁ ସଚିନ ତେନ୍ଦୁଲକର ଏବଂ ପାକିସ୍ତାନର ଇମ୍ରାନ ଖାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ଏକ ଜାତୀୟ ଗଣ ମାଧ୍ୟମ ଆଧାରରେ ଭାରତରେ ଏକ ବୃହତ କମ୍ପାନୀର ମାଲିକଙ୍କ ନାଁ ବି ଏଥିରେ ସାମିଲ ଅଛି । ଏହାବାଦ ୩୩୦ ରାଜନେତା ,୧୩୦ କୋଟିପତି ଙ୍କ ନାଁ ରହିଛି ଈଶ୍ୱେମାନେ ୧୪ ଟି ବେଆଇନ ସଂସ୍ଥା ସହିତ ୨୦ ହଜାର ୩୫୨ କୋଟି ଟଙ୍କାର ବେଆଇନ ଆର୍ଥିକ କାରବାର ରେ ଲିପ୍ତ ଥିବାର ଜଣା ପଡିଛି I

Leave A Reply

Your email address will not be published.