ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି : ମୁଖ୍ୟମନ୍ତ୍ରୀ

149

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ଜବାବ ଦେଲେ ମୁଖ୍ୟମନ୍ତ୍ରୀ । ଏଏନଆଇକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର, ଏହି ସାକ୍ଷାତକାରରେ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖମନ୍ତ୍ରୀ କହିଛନ୍ତି ଯେ, ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଯଦି ପ୍ରକୃତରେ ପ୍ରଧାନମନ୍ତ୍ରୀ ଚିନ୍ତିତ, ମୋତେ ଫୋନ କରି ପଚାରି ପାରିଥାନ୍ତେ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୁଁ ମୋ ଲୋକଙ୍କ ସେବା ଜାରି ରଖିବି । ବିଜେପି ହତାଶ ହୋଇପଡିଛି । ସେମାନଙ୍କ ଲୋକପ୍ରିୟତା କମିଚାଲିଛି ।

ମୁଁ ସବୁବେଳେ କ୍ୟାବିନେଟ ମିଟିଂ ଅଧ୍ୟକ୍ଷତା କରେ । ମୋର ଉତ୍ତରାଧିକାରୀ କିଏ ହେବ, ଓଡିଶାବାସୀ କହିବେ । ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୁଁ ୧୭ ବର୍ଷ ହେଲା ବିଜେଡିର ଅଧ୍ୟକ୍ଷ ରହିଆସିଛି । ଆଉ ଏହି ଦାୟିତ୍ୱକୁ ସୁଚାର ରୂପେ କରିଆସିଛି । ତେବେ ସୂଚନା ଯୋଗ୍ୟ ଯେ, ବାରିପଦା ଛଉପଡ଼ିଆ ମୋଦୀ ଏକ ବଡ଼ ଘୋଷଣା କରିଥିଲେ । ଯେଉଁଥିରେ ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ହେବ ବୋଲି ମୋଦୀ କହିଥିଲେ । ସେ କହିଥିଲେ ଯେ ଗତ ବର୍ଷକ ଭିତରେ ନବୀନଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ।

ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ। ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି? ଏହା ଜାଣିବାର ଅଧିକ ସାରା ଓଡ଼ିଶାବାସୀଙ୍କ ଅଛି । ନବୀନଙ୍କ ନାମରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ଅଛି କି ? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ଅଛି । ବିଜେପି ସରକାର ଆସିଲେ ଏନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ କରାଯିବ ବୋଲି ମୋଦୀ କହିଥିଲେ।

Comments are closed, but trackbacks and pingbacks are open.