ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ

168

ଭୁବନେଶ୍ବର:ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ସ୍ଥାନୀୟ ସର୍କିଟ ହାଉସରେ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ପାନୀୟ ଜଳ ପ୍ରକଳ୍ପ, ଗ୍ରାମ୍ୟ ଗୃହନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ସ୍ୱଚ୍ଛ ଭାରତ ମିଶନ ବ୍ୟତୀତ ଲେବର କାର୍ଡ, ଜବ କାର୍ଡ, ପାନୀୟ ଜଳ ଯୋଗାଣକୁ ସୁଗମ କରିବା, ମେଗା ପ୍ରକଳ୍ପ ଇତ୍ୟାଦି ଯୋଜନାରେ ଚାଲିଥିବା କାର୍ଯ୍ୟ ଉପରେ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଥିଲେ। ଗ୍ରାମ୍ୟ ଉନ୍ନୟନ ରାସ୍ତାର ସ୍ଥିତି ସହିତ ସମାଜର ଗରିବ ସହିତ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାର ସୁଫଳ ପାଇବେ ସେଥିପ୍ରତି ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ାପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର ଆୟାର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ବିଡ଼ିଓ ମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.