ପଞ୍ଚାୟତ ନିର୍ବାଚନ : ୪୮ ଘଣ୍ଟା ପୂର୍ବରୁ ମଦ, ବନ୍ଧୁକ ବନ୍ଦ,ସବୈତନିକ ଛୁଟି ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ

0 22

ଆସନ୍ତା ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି I ୫ ଟି ପର୍ଯ୍ୟାୟ ରେ ହେବାକୁ ଥିବା ଏହି ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଆଜି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ବଡ଼ ଘୋଷଣା କରିଛନ୍ତି I ଘୋଷଣା ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବାର ୪୮ ଘଣ୍ଟା ପୂର୍ବରୁ ମଦ,ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି ।ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ ଠାରୁ ଗୋଟିଏ ଦିନ ପରଯାଏଁ ମଦ ଉପରେ ନିଶେଧାଦେଶ ଲାଗୁ କରାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ମାନଙ୍କରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି । ସେହିପରି ଭୋଟ ଦେବା ପାଇଁ ସବୈତନିକ ଛୁଟି ମଧ୍ୟ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଏହି ସୁବିଧା ପ୍ରଦାନ କରାଯିବ । ଫେବୃୟାରୀ୧ ତାରିଖରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯିବ । ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.