ପଞ୍ଚାୟତ ନିର୍ବାଚନ : ବୁଥ୍‌ କୁ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଶୋୟୀ

18

ରାଜ୍ୟରେ ଶେଷ ହୋଇଛି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । କାଁ ଭାଁ ହିଂସାକାଣ୍ଡ କୁ ଛାଡି ଦେଲେ ଅନେକ ଶାନ୍ତି ଶୃଙ୍ଖଳା ସହକାରେ ହୋଇଛି ଭୋଟ୍‌ I ଆଜି ଗଞ୍ଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ଲାଗି ପଂଚମ ପର୍ଯ୍ୟାୟ ମତଦାନ ସମୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମତଦାନ ସମୟରେ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସହ ଜଗନ୍ନାଥଙ୍କ ଆର୍ଶୀବାଦରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି କହିଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର,ଆସ୍କା, ବେଗୁଣିଆପଡା ବ୍ଲକ ଅଧୀନରେ ଥିବା ୧୦ଟି ଜିଲ୍ଲା ପରିଷଦ ଓ ୭୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ସେହିପରି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ଖୋର୍ଦ୍ଧା ଜଟଣୀ ବ୍ଳକ ଛଣଘର ପଞ୍ଚାୟତରେ ଭୋଟ ଦେଇଛନ୍ତି ସୁର ରାଉତରାୟ । ନିଜେ ଭୋଟ ଦେବା ସହ ଭୋଟରଙ୍କୁ ଉତ୍ସାହିତ କରିଛନ୍ତି ।
ସେହିପରି ରସୁଲପର ପଞ୍ଚାୟତ ଚଣ୍ଡିପୁର ଉଚ୍ଚ ପ୍ରାଥମିକ ୫ ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଧାୟକ । ଭୋଟ ଦେବା ପରେ ଅନ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

Comments are closed, but trackbacks and pingbacks are open.