ଘୁଞ୍ଚିପାରେ ପଞ୍ଚାୟତ ନିର୍ବାଚନ !୧୦ ତାରିଖରେ ଚୂଡାନ୍ତ ନିଷ୍ପତି

0 27

ରାଜ୍ୟରେ କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇ ଭୟାନକ ସ୍ଥିତିରେ ପହଂଚିଲାଣି । ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମଣ ଅହେତୁକ ଭାବରେ ବୃଦ୍ଧି ପାଇବା ହେତୁ ରାଜ୍ୟସରକାରଙ୍କ ତରଫରୁ ଗାଇଡ଼ ଲାଇନ କୁ କଡାକଡି କରାଯାଉଛି I ଏହି ଦୃଷ୍ଟିରୁ ବର୍ତ୍ତମାନ ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଘୁଞ୍ଚିପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଲେଣି I ସେହିଭଳି କଂଗ୍ରେସ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ମତ ଦେଇ ଥିବାବେଳେ ରାଜ୍ୟ ବିଜେପି କିନ୍ତୁ କୋଭିଡ କଟକଣା ମାନି ନିର୍ବାଚନ ହେଉ ବୋଲି ମତ ଦେଇଛି I ଏହିଭଳି ଦ୍ଵନ୍ଦ କୁ ନେଇ ବର୍ତମାନ ରାଜ୍ୟ ସରକାର ନିର୍ବାଚନ ସମ୍ପର୍କିତ ନିଷ୍ପତିକୁ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନୟାଳୟ ଉପରେ ଛାଡି ଦେଇଛନ୍ତି I ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଆଜି ଦିନ ୧୧ଟା ସମୟରେ ଏହି ବୈଠକ ବସି ଥିବାବେଳେ ନିର୍ବାଚନ ସମ୍ପର୍କିତ ଚୂଡାନ୍ତ ନିଷ୍ପତି ରାଜ୍ୟ ନିର୍ବାଚନ କମିଶନ ନେବେ ବୋଲି ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ତେବେ ଏ ନିର୍ବାଚନ ସମ୍ପର୍କରେ ଆସନ୍ତା ୧୦ ତାରିଖ ରେ ସର୍ବଦଳୀୟ ବୈଠକ ରେ ଚୂଡାନ୍ତ ନିଷ୍ପତି ନିଆଯିବ I ବୈଠକ ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଯୋଗଦେଇଥିଲେ ।
ପ୍ରଥମେ ଜୀବନ ତା ପରେ ନିର୍ବାଚନ ,ଧନ ଜୀବନ ରକ୍ଷା କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବା ବେଳେ ,ଆସନ୍ତା ୧୦ ତାରିଖ ରେ ହେବାକୁ ଥିବା ସର୍ବଦଳୀୟ ବୈଠକର ନିଷ୍ପତି ଉପରେ ରାଜ୍ୟବାସୀ ଙ୍କ ର ନଜର ରହିଛି I

Leave A Reply

Your email address will not be published.