ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ: ପ୍ରଥମ ଥର ପାଇଁ ହେବ ‘ଡୋର୍-ଟୁ-ଡୋର୍’ ସର୍ଭେ

58

ଭୁବନେଶ୍ୱର: ରାଜ୍ୟରେ ଏଥର ସାମାନ୍ୟ ବିଳମ୍ବରେ ହେବ ପଞ୍ଚାୟତ ନିର୍ବାଚନ। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି। ଏସଆଇଆର (SIR) କାର୍ଯ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଏହି ବିଳମ୍ବ ହେଉଥିବା ଜଣାପଡ଼ିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆରଡିସି ଏବଂ ଜିଲ୍ଲାପାଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଥିବା ବେଳେ, ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ରୁଟିନ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯିବ। ଚଳିତ ନିର୍ବାଚନରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଉଛି। ଇତିହାସରେ ପ୍ରଥମ ଥର ପାଇଁ ‘ଡୋର୍-ଟୁ-ଡୋର୍’ ସର୍ଭେ କରାଯାଇ ଭୋଟର ଲିଷ୍ଟ ପ୍ରସ୍ତୁତ ହେବ। ଏଥିସହିତ ‘ଆମ ବୁଥ୍, ଆମ ବାରି’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍‌ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ।

Comments are closed, but trackbacks and pingbacks are open.