ପଞ୍ଚାୟତ ନିର୍ବାଚନ: ବିଜେପି ଗଡ଼ ରେ ବିଜେଡି ରାଜ,ଭୋଟ ଗଣତି ର ପ୍ରଥମ ଦିନରେ ଶାସକ ଦଳ ର ବାଜିମାତ

21

ଆଜିଠାରୁ ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ୍ ପାଇଁ ପ୍ରଥମ ଦିନ ର ଭୋଟ୍ ଗଣତି । ଆଜି ୩୧୫ ଆସନ ପାଇଁ ଗଣତି ହେଉଛି Iସନ୍ଧ୍ୟା ୭ଟା ସୁଦ୍ଧା ଶାସକ ଦଳ ବିଜେଡି ୨୭୭ଟି ଆସନରେ ବାଜି ମାତ କରିଛି । ଭୋଟ ଫଳାଫଳରେ ଶାସକ ଦଳ ବିଜେଡି ପାଖାପାଖି ଆଉ କୌଣସି ଦଳ ନଜର କୁ ଆସି ନ ଥିବା ବେଳେ ମୁଖ୍ୟ ବିରୋଧୀ ବିଜେପି ଶାସକ ଦଳଠାରୁ କାହିଁ ପଛରେ ରହିଥିଲା I ଏବେ ସୁଦ୍ଧା ବିଜେପି ମାତ୍ର କେବଳ ୨୧ଟିରେ ଜିଲ୍ଲା ପରିଷଦ ଆସନରେ ଆଗରେ ଅଛି । ସେହିପରି କଂଗ୍ରେସ ୧୪ଟି ଆସନରେ ଆଗୁଆ ଅଛି । ତେବେ ସ୍ୱାଧୀନ ପ୍ରାର୍ଥୀଙ୍କ କଥା କହିବା ଯଦି, ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଭୋଟ୍ ଗଣତିରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୩ ଜଣ ଆଗୁଆ ଅଛନ୍ତି ।
ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ରହିଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ନିମନ୍ତେ ମଧ୍ୟ ଭୋଟ୍ ଗଣତି ହୋଇଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ସେହିପରି ୨୭ରେ ୩୦୭ଟି ଓ ୨୮ରେ ବାକି ୨୨୯ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ।ସେହିପରି ଜିଲ୍ଲାୱାରୀ ଦେଖିଲେ, ଅଧିକାଂଶ ଜିଲ୍ଲାରେ ବିଜେଡି ଆଗୁଆ ଚାଲିଛି ।
ସେହିପରି ବିଜେପି ଗଡ଼ କୁହାଯାଉଥିବା ପଶ୍ଚିମ ଓଡିଶା ଓ ମୟୁରଭଞ୍ଜ ରେ ବିଜେପି କୁ ଲାଗିଛି ଜୋରଦାର ଝଟକା I ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସମ୍ବଲପୁରରେ ଗଣତି ହୋଇଥିବା ୪୮ ଜୋନରୁ ଦଳ ପାଖାପାଖି ମାତ୍ର ୧୦ ଆସନରେ ଆଗେଇଛି । କିନ୍ତୁ ସୋନପୁର,ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ନୂଆପଡାରେ ଖାତା ଖୋଲିପାରିନି ଦଳ । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡିଶାବାସୀ ବିଜେପିକୁ ଦେଇଥିଲେ ଅକୁଣ୍ଠ ସମର୍ଥନ । ସମସ୍ତ ୫ଟି ସଂସଦୀୟ ଆସନ ଯାଇଥିଲା ବିଜେପି ହାତକୁ । ବିଜେପିର ବଡ ଚେହେରା କୁହାଯାଉଥିବା ନେତାଙ୍କ ପ୍ରଚାର ସତ୍ତେ୍ୱ ଦଳର ଏପରି ସ୍ଥିତି ଏବେ ଚିନ୍ତାର କାରଣ ହୋଇଛି ।
ସେହିପରି ବିଜେପି ର ଆଉ ଏକ ପ୍ରମୁଖ ଗଡ଼ ମୟୁରଭଞ୍ଜ ରେ ମଧ୍ୟ ବିଜେପି ଚିତପଟାଙ୍ଗ ମାରିଛି I ମୟୂରଭଞ୍ଜ ରେ ନିକଟରେ ବିବାଦୀୟ ହୋଇପଡିଥିବା କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦଳର ମଙ୍ଗ ଧରିଥିବା ବେଳେ ଶାସକ ଦଳ ପକ୍ଷରୁ ଯୁବ ନେତା ପ୍ରଣବ ପ୍ରକାଶ ଦାସ (ବବି)ଉତ୍ତର ଓଡିଶା ମୟୁରଭଞ୍ଜ ବିଜେପି ଗଡ ରେ ନିର୍ବାଚନ ର ନେତୃତ୍ୱ ନେଇଥିଲେ I ସେଠାରେ ମଧ୍ୟ ବିଜେପି କୁ ମିଳିଛି ବଡ ଝଟକା । ମୋଟ ୫୬ ପରିଷଦ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ୨୦୧୭ରେ ଦଳ ୪୯ ଆସନ ଜିତିଥିବା ବେଳେ ଶନିବାର ଗଣତି ହୋଇଥିବା ୨୬ ଆସନରେ ଦଳ ଖାତା ଖୋଲିବାକୁ ସମର୍ଥ ହୋଇପାରିନି । ସବୁଠାରୁ ବଡ କଥା ହେଉଛି, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଜେପି ସନ୍ଧ୍ୟା ୭ଟା ସୁଦ୍ଧା ୧୮ ଜିଲ୍ଲାରେ ନିଜର ସ୍ଥିତି ମଧ୍ୟ ଜାହିର କରିପାରିନି ।

Comments are closed, but trackbacks and pingbacks are open.