ସରିଲା ପଂଚାୟତ ନିର୍ବାଚନ, ୨୬ରୁ ୨୮ ଗଣତି

18

ରାଜ୍ୟରେ ଆଜି ଶେଷ ହୋଇଛି ପଂଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ I ଆଜି ମତଦାନ ହାର ୭୦ ପ୍ରତିଶତ ପାଖାପାଖି ରହିଛି ଇ କିନ୍ତୁ କେତେକ ସ୍ଥାନ ରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ତଥା କେଉଁ ବୁଥ ରେ ଭୋଟର ମନଇଛା ଭୋଟ ଦେଇ ବାଲଟ ପେପର ନେଇଯିବା ଭଳି ଘଟଣା ମାନ ନଜର କୁ ଆସିଥିଲା I ସେହିଭଳି ଭଦ୍ରକ ରେ ମତଦାନ ଆରମ୍ଭ ରୁ ଉତ୍ତେଜନା ଦେଖାଦେଇ ମତଦାନ କେନ୍ଦ୍ର ରେ ଖଣ୍ଡ ବୁଲିବା ସହିତ ନିଆଳିରେ ଭୋଟ ବାକ୍ସ କୁ କେତେକ ଦୁର୍ବୁର୍ତ୍ତ ନେଇ ପୋଖରୀ ପାଣିରେ ପକାଇ ଦେଇ ଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା I
ତେବେ କଳାହାଣ୍ଡିର ଥୂଆମୂଳ ରାମପୁର ଏବଂ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଚଂଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନର ପ୍ରାୟ ୪୧.୮୮ଲକ୍ଷ ଭୋଟର ୧୩୫୧୪ଟି ବୁଥ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ନିର୍ବାଚନ ସରିବା ପରେ ଆସନ୍ତା ୨୬ ତାରିଖରୁ ୨୮ ତାରିଖ ମଧ୍ୟରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯିବ । ଏହାକୁ ଶୃଙ୍ଖଳିତ କରିବାପାଇଁ ବୁଧବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଭୋଟ ଗଣତି ସମୟରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥ୍ରିତି ନଜର ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଭୋଟ ଗଣତି କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ି ଡିଜିିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ପରିସ୍ଥିତିରେ ଭୋଟ ଗଣତି ରାତିରେ କରାଯାଏ ତେବେ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ନଜର ଦେବାକୁ ଶ୍ରୀ ପାଢ଼ି କହିଛନ୍ତି ।
ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସମସ୍ତ ପୁଲିସ କର୍ମଚାରୀ, ପୋଲିଂ କର୍ମଚାରୀ, ରାଜନୀତିକ ଦଳ, ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କୁ ନିର୍ବାଚନ ପରିଚାଳନାରେ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନବରଙ୍ଗପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିର୍ବାଚନ ଦାୟିତ୍ୱରେ ମୁତୟନ କର୍ମଚାରୀଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

Comments are closed, but trackbacks and pingbacks are open.