ପଂଚାୟତ ନିର୍ବାଚନ : ପଛୁଆ ବର୍ଗଙ୍କ ପାଇଁ ବିଜେଡି ର ୪୦ ପ୍ରତିଶତ ଟିକେଟ୍ ସଂରକ୍ଷଣ

15

ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ ଏଥିପାଇଁ ୪୦ ପ୍ରତିଶତ ପଛୁଆ ବର୍ଗ ଙ୍କ ପାଇଁ ଟିକଟ ସଂରକ୍ଷଣ ବ୍ୟବସ୍ଥା କରିଛି ବିଜେଡି ଶନିବାର ଅନୁଷ୍ଠିତ ହୋଇଥିବା ବିଜେଡି କାର୍ଯ୍ୟକାରିଣୀରେ ଚିଠା ପ୍ରସ୍ତାବ ଗୃହୀତ ହୋଇଛି ।

ଆସନ୍ତା କାଲି ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପୂର୍ବରୁ ବସିଥିବା ଦଳର କାର୍ଯ୍ୟକାରିଣୀରେ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓବିସିଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କାର୍ଯ୍ୟକାରିଣୀ । ଗୋଟିଏ ଅଞ୍ଚଳର ପଛୁଆ ବର୍ଗ ସଂଖ୍ୟା ଜଣା ନଥିଲେ ସେଇ ସିଟ୍ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ରହିବ ନାହିଁ ବୋଲି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରାଜ୍ୟ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟରେ ପଛୁଆ ବର୍ଗଙ୍କ ଲାଗି ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର । ଏହା ଏକ ଜାତୀୟ ପ୍ରସଙ୍ଗ ହୋଇଥିବାରୁ ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଆଇନଗତ ନିଷ୍ପତ୍ତି ନେବାକୁ କାର୍ଯ୍ୟକାରିଣୀରେ ଅନୁରୋଧ କରିଛି ବିଜେଡି । ଏଥି ସହିତ ସରକାର ଯାହା ନିଷ୍ପତ୍ତି ନେବେ ତାକୁ ବିଜେଡି ସମର୍ଥନ କରିବ ବୋଲି କହିଛି ।

Leave A Reply

Your email address will not be published.