ପଞ୍ଚାୟତ ଫଇସଲା: ବିଜେଡି ର ବାଜିମାତ,୩୧୫ ଜୋନରୁ ୩୦୦ ଜୋନର ଆସିଲା ଫଳାଫଳ

24

ରାଜ୍ୟରେ ଗତ ୨୪ ତାରିଖ ଦିନ ସରିଛି ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ I ଗତ କାଲି ଠାରୁ ତିନି ଦିନିଆ ଭୋଟ ଗଣତି ଆରମ୍ଭ ହୋଇଛି I ଗତ କାଲି ର ଭୋଟ ଗଣତିରେ ବିଜେଡି ସମୁଦାୟ ଗାଁ ରାଜନୀତିକୁ କବଜା କରିଥିବାବେଳେ ମୁଖ୍ୟ ବିରୋଧୀ ବିଜେପି ଚିତପତଙ୍ଗ ମାରିଥିଲା I ସେହିପରି ଆଜି ର ଆଜି ଭୋଟ ଗଣତିର ୨ୟ ଦିନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତିରେ ଏଯାବତ୍‌ ବାଜି ମାରି ନେଇଛି ବିଜେଡି । ମୋଟ ୮୫୧ ସିଟ୍‌ରୁ ୬୦୮ ସିଟ୍‌ର ଗଣତି ଚାଲିଛି । ଏଥିରେ ବିଜେଡି ୫୩୩ ସିଟ୍‌ର ଆଗୁଆ କିମ୍ବା ବିଜୟୀ ହୋଇଥିବା ବେଳେ ବିଜେପି ୩୬ ସିଟ୍‌ରେ ବିଜୟୀ କିମ୍ବା ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୩୦ ସିଟ୍‌ ବିଜୟୀ ବା ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ୯ଟି ସିଟ୍‌ରେ ଆଗୁଆ ଚାଲିଛନ୍ତି ।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୧ଟା ୧୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଛି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।ଅନ୍ୟପଟେ ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଆଉ ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲାପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ଏବେବି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ଭରସା ରଖିଛନ୍ତି ଦଳୀୟ ନେତା କହୁଛନ୍ତି ।

Comments are closed, but trackbacks and pingbacks are open.