ପଞ୍ଚାୟତ ଫୈସଲା : ସାରା ରାଜ୍ୟରେ ବିଜେଡିର ବାଜିମାତ୍,ବହୁ ପଛରେ ବିରୋଧୀ

24

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତ କଲି ୩ୟ ଦିନ ର ଭୋଟ ଗଣତି ସୁଦ୍ଧା ବିଜେଡି ର ବିଜୟ ଧ୍ବଜା ଉଡିଥିଲା I ଶାସକ ଦଳ ବିଜେଡି ର ଆଖପାଖ ରେ ବି ପହଁଚି ପରି ନାହାନ୍ତି ବିରୋଧୀ ଦଳ I ଘୋଷିତ ୮୨୯ ଜୋନରୁ ୭୪୩ଟିରେ ବିଜେଡି ବିଜୟୀ ହୋଇ ଥିବା ବେଳେ ବିଜେପି ୪୨ ଓ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛି । ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ୪ ଜୋନ । ଆଶ୍ଚର୍ଯ୍ୟ କରିଦେଲାଭଳି ଏଥର ପଂଚାୟତ ନିର୍ବାଚନ ରେ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ପୋଛି ନେଇଥିବାବେଳେ ବିଜେପି ଓ କଂଗେସ ଜଳକା ହୋଇଯାଇଛନ୍ତି । ସେହିପରି ପୂର୍ବରୁ ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସି ଆସିଥିବା ବେଳେ କଂଗ୍ରେସ ୬୦ରେ ସୀମିତ ଥିଲା । ବିଜେପି ୨୯୭ଟି ସିଟ୍ ହାତେଇଥିଲା । ହେଲେ ଚଳିତଥର ବିଜେପି ପୂର୍ବ ରେକର୍ଡ ର ବହୁ ପଛରେ ରହିଯାଇଛି I ନିର୍ବାଚନ ଫଳାଫଳ ପରେ ଗ୍ରାଉଣ୍ଡରେ ଶଙ୍ଖନାଦ ହେଉଛି । ବାଣ ଫୁଟୁଛି, ଶୋଭାଯାତ୍ରା ବାହାରୁଛି। ପ୍ରାର୍ଥୀ କର୍ମୀ ଏବେ ବିଜୟ ବାନା ଉଡ଼ାଉଛନ୍ତି। ସାରାରାଜ୍ୟର ନବୀନ ଙ୍କ ହାୱା ବୋହୁଥିବାର ଦେଖାଯାଇଛି I

Comments are closed, but trackbacks and pingbacks are open.