ଚାନ୍ଦିପୁର ଆଇଟିଆରରୁ ମିଳିଲା ପାକିସ୍ତାନୀ ଟଙ୍କା

14

ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଓ ବାୟୁ ସେନାର ଅଧିକାରୀମାନେ ଜେରା କରୁଛନ୍ତି । ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ। ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନ ଟଙ୍କା ମିଳିବା ପରେ ଏହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି।

ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସ୍ଲିପର ସେଲ୍‌ର ସନ୍ଧାନ କରୁଛି କ୍ରାଇମବ୍ରାଞ୍ଚ । ଏଥିସହ ଟଙ୍କା କାରବାର ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି । ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି ।
୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇରୁ ୩୮ହଜାର ଟଙ୍କା ଆସିଥିବା ଜଣାପଡିଛି। ତେବେ ଏହି ଟଙ୍କା କିଏ ଓ କାହିଁକି ପଠାଇଛି, ସେ ନେଇ ଅଧିକ ଖୋଳତାଡ ଚାଲିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ଗତକାଲି ଏୟାରଫୋର୍ସ ଟିମ୍ ସଦସ୍ୟ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ମାରାଥନ ଜେରା କରିଥିଲେ । ୫ ଘଣ୍ଟା ଧରି ଏହି ଟିମ୍ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଥିବା ସୂଚନା ମିଳିଛି । କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ ।ନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି । ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁ ଠାବ କରିବା ସହ ଅନ୍ୟ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି I ଅଭିଯୁକ୍ତମାନଙ୍କ ଫୋନ୍ ନମ୍ବର ଗୁଡିକର ଫୋରେନସିକ୍ ଆନାଲିସିସ୍ କରାଯିବ ବୋଲ ଏଡିଜି ସୂଚନା ଦେଇଛନ୍ତି । ତେବେ ଏନଆଇଏ ଅଧିକାରୀମାନେ ତଦନ୍ତରେ ସମ୍ପୃକ୍ତ ନାହାନ୍ତି ବୋଲି ଏଡିଜି ସଞ୍ଜୀବ ପଣ୍ଡା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.