ସୀମାରେ ୩୦୦ ମିଟର୍‌ ଭିତରକୁ ପଶିଆସିଲା ପାକିସ୍ତାନୀ ଡ୍ରୋନ, ଗୁଳି କରି ଖସାଇଲା ବିଏସଏଫ୍

15

ଶୁକ୍ରବାର ବିଳମ୍ବିତ ରାତ୍ରରେ ପଞ୍ଜାବର ଫିରୋଜପୁର ଅନ୍ତର୍ଗତ ୱନ୍‌ ଗାଁରେ ଅବସ୍ଥିତ ‘ବର୍ଡର୍‌ ଆଉଟ୍‌ପୋଷ୍ଟ୍‌’ରେ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ (ବିଏସ୍‌ଏଫ୍‌) ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଛି। ଗୁଳି ବାଜିବା ପୂର୍ବରୁ ଫିରୋଜପୁର ସେକ୍ଟର୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ‘ବର୍ଡର୍‌ ଆଉଟ୍‌ପୋଷ୍ଟ୍‌’ ପାଖରେ ଡ୍ରୋନ୍‌ଟି ପାକିସ୍ତାନ ଆଡୁ ଉଡ଼ିଆସୁଥିଲା
ଡ୍ରୋନ୍‌ଟି ସୀମା ଟପି ‘ବିଏସ୍‌ଏଫ୍‌’ର ୱନ୍‌ ବର୍ଡର୍‌ ଆଉଟପୋଷ୍ଟ୍‌ ଅଞ୍ଚଳର ପ୍ରାୟ ୩୦୦ ମିଟର୍‌ ଭିତରକୁ ପଶିଆସିଥିଲା।ରାତି ପ୍ରାୟ ୧୧.୧୦ ବେଳେ କେତେକ ‘ବିଏସ୍‌ଏଫ୍‌’ ଯବାନ ‘ବର୍ଡର୍‌ ଆଉଟ୍‌ପୋଷ୍ଟ୍‌’ ନିକଟରେ କିଛି ଉଡ଼ିଯାଉଥିବାର ଶବ୍ଦ ଶୁଣିଥିଲେ। ସେମାନେ ଯାଇ‌ ଦେଖନ୍ତି ତ ‘ବର୍ଡର୍‌ ଆଉଟ୍‌ପ‌ୋଷ୍ଟ୍‌’ ଏବଂ ୱନ୍‌ ଗାଁ ମଧ୍ୟ‌ସ୍ଥ ଆକାଶରେ ଖୁବ୍ ତଳୁଆ ହୋଇ ଗୋଟାଏ ଡ୍ରୋନ୍‌ ଉଡୁଛି। ତୁରନ୍ତ ‘ବିଏସ୍‌ଏଫ୍‌’ ଯବାନମାନେ ରାଇଫଲ୍‌ ବଟ୍‌ରେ ଡ୍ରୋନ୍‌ର ପ୍ରୋପେଲର୍‌ଗୁଡ଼ିକୁ ଭାଙ୍ଗି ପକାଇବା ସହ ତା’ର ବେଟେରି କାଢ଼ି ପକାଇଥିଲେ। କିନ୍ତୁ, ଘଟଣାସ୍ଥଳରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ଉଦ୍ଧାର କରାଯାଇନାହିଁ।

Leave A Reply

Your email address will not be published.