ଭାରତରେ ରଦ୍ଦ ହେଲା ପାକିସ୍ତାନୀ ଡନ୍ ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

86

ନୂଆଦିଲ୍ଲୀ: ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଛି। ଏହା ପଛର କାରଣ ହେଉଛି ସେ ପୋଷ୍ଟ କରିଥିବା ଭିଡିଓ, ଯେଉଁଥିରେ ୟୁଟ୍ୟୁବରଙ୍କ ଘରେ ବୋମା ଫିଙ୍ଗାଯାଇଛି। ରବିବାର ଦିନ ଜଲନ୍ଧର ଦେହାତର ରାୟପୁର ରସୁଲପୁର ଅଞ୍ଚଳରେ ଥିବା ୟୁଟ୍ୟୁବରଙ୍କ ଘରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଶେହଜାଦ ଭଟ୍ଟୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ପୋଷ୍ଟ କରି ଗ୍ରେନେଡ ଫିଙ୍ଗିବାର ଦାବି କରିଥିଲେ। ରବିବାର ସକାଳେ ପଞ୍ଜାବର ଜଲନ୍ଧରଠାରେ ୟୁଟ୍ୟୁବର୍ ନବଦୀପ ସିଂ ସାନ୍ଧୁଙ୍କ ଘରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଜଲନ୍ଧର ଦେହାତର ଏସଏସପିଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରେ ଏହି ମାମଲା ଡିଜିଟାଲ ଆକ୍ରମଣ ସହ ଜଡିତ ଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଭିଡିଓଗୁଡିକ ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀ ପ୍ରକାଶ କରିଛନ୍ତି। ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରି ଭଟ୍ଟୀ ଏହା ମଧ୍ୟ କହିଛନ୍ତି ଯେ, ରୋଜର ସାନ୍ଧୁ ଇସଲାମ ବିଷୟରେ ଭୁଲ ମନ୍ତବ୍ୟ ଦେଇଛନ୍ତି, ସେଥିପାଇଁ ସେ ଏହି ଆକ୍ରମଣ କରିଛନ୍ତି। ଯେତେବେଳେ ସାନ୍ଧୁଙ୍କ ଘରେ ଗ୍ରେନେଡ ଫିଙ୍ଗାଯାଇଥିଲା, ସେ ଭିତରେ ଥିଲେ। ତେବେ ଗ୍ରେନେଡ ବିସ୍ଫୋରଣ ହୋଇ ନ ଥିବାରୁ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଆକ୍ରମଣକାରୀ ନଜର ଆସିଛନ୍ତି। ସେମାନେ ପିନ୍ ଟାଣି ଗ୍ରେନେଡ୍ ଫିଙ୍ଗିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଏହା ବିସ୍ଫୋରଣ ହୋଇନଥିଲା।

Comments are closed, but trackbacks and pingbacks are open.