ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍‌ଲାଇନ୍‌

155

ଭୁବନେଶ୍ୱର: ଗତ ୨୨ ତାରିଖରେ ପହଲ୍‌ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରାଯିବା ସହ ଅଟାରୀ ବର୍ଡରକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଏପରିକି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୀର୍ଘମିଆଦୀ, କୂଟନୈତିକ ଏବଂ ସରକାରୀ ଭିସା ବ୍ୟତୀତ ସମସ୍ତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ରଦ୍ଦ କରାଯାଇଛି। ଯାହା ଏପ୍ରିଲ ୨୬ ଯାଏ ରହିଥିଲା। ଏପରିକି ଚିକିତ୍ସା ଭିସାଧାରୀମାନଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଜି ହେଉଛି ଡେଡ୍‌ଲାଇନ୍‌ର ଶେଷ ତାରିଖ। ଅନ୍ୟପକ୍ଷେ ପାକିସ୍ତାନୀ ନାଗରିକ ଭାରତ ନ ଛାଡିବେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶ ନ ଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହିଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭାରତ ଛାଡି ଥିବା ବେଳେ ବାକି ୧୧ଜଣ କେବେ ଦେଶ ଛାଡିବେ ସେ ନେଇ ପରବର୍ତ୍ତୀ ନିର୍ଦ୍ଦେଶାନାମ ପରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ଡିଜି ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.