ଜୁନିଅର ବୁମରାଙ୍କ ପାଇଁ ଉପହାର ଦେଲେ ପାକିସ୍ତାନ ଖେଳାଳି

24

ଏସିଆ କପ ସୁପର ୪ ରାଉଣ୍ଡରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରିଜର୍ଭ ଡେ’ରେ ପୁନଃ ଆରମ୍ଭ ହୋଇଛି l ଗତକାଲି ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇ ଆଜି ପୁଣି ଅଧାରୁ ମ୍ୟାଚ ଖେଳା ଯାଉଛି l ତେବେ ଗତ କାଲିର ମ୍ୟାଚ ପରେ କିଛି ଭିଡିଓ ସାମ୍ନାକୁ ଆସିଥିଲା । ଭିଡ଼ିଓରେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ପାକିସ୍ତାନ କ୍ରିକେଟର ସାହିନ ଶାହ ଆଫ୍ରିଦି ଉପହାର ଦେଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ନିକଟରେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି । ତେଣୁ ବୁମରା ବାପା ହୋଇଥିବାରୁ ତାଙ୍କୁ ବଧେଇ ଜଣାଇଛନ୍ତି ପାକିସ୍ତାନ କ୍ରିକେଟର । ପାକିସ୍ତାନ ମିଡିୟମ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦି ବୁମରାଙ୍କୁ ବାପା ହେବା ନେଇ ଅଭିନନ୍ଦନ ଜଣାଇଥିଲେ । ଏହାପରେ ତାଙ୍କ ନବଜାତକ ଶିଶୁପୁତ୍ର ପାଇଁ ଏକ ଉପହାର ଦେଇଥିଲେ । ପାକିସ୍ତାନ କ୍ରିକେଟ ଟିମ୍‌ ପକ୍ଷରୁ ବୁମରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଲ୍ଲା ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ବୋଲି କହିଛନ୍ତି । ନବଜାତକ ଭାରତ ପାଇଁ ଆଉ ଜଣେ ବୁମରା ହେଉ ବୋଲି ମଧ୍ୟ କାମନା କରିଥିଲେ ସାହିନ ଶାହ ଆଫ୍ରିଦି । ଏହା ସହ ନବଜାତକ ପାଇଁ ଉପହାର ଦେଇଛନ୍ତି ପାକିସ୍ତାନ କ୍ରିକେଟ ସାହିନ ଶାହ ଆଫ୍ରିଦି । ପ୍ରତି ଉତ୍ତରରେ ବୁମରା ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଗତ ସେପ୍ଟମ୍ବର ୪ ତାରିଖରେ ବାପା ହୋଇଥିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା । ବୁମରାଙ୍କ ପତ୍ନୀ ସଞ୍ଜନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜଣାଇଥିଲେ ବୁମରା । ପୁଅର ନାମ ଅଙ୍ଗଦ ରଖିଛନ୍ତି ବୁମରା । ଆହତ ଜନିତ ସମସ୍ୟାରୁ ୧୧ ମାସ ଭାରତୀୟ ଟିମ୍‌ଠାରୁ ଦୂରରେ ରହିଥିଲେ ବୁମରା । ୩୨୪ ଦିନ ପରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଜବରଦସ୍ତ କମ୍‌ବ୍ୟାକ କରିଥିଲେ । ଅଧିନାୟକ ଦାୟିତ୍ବ ତୁଲାଇବା ସହ ପ୍ରଥମ ମ୍ୟାଚର ପ୍ରଥମ ଓଭରରେ ୨ଟି ଓ୍ବିକେଟ ନେଇଥିଲେ । ବୁମରାଙ୍କ ନେତୃତ୍ଵରେ ସିରିଜ ହାତେଇଥିଲା ଭାରତ । ଏବେ ଚାଲିଥିବା ଏସିଆ କପରେ ନେପାଳ ସହ ମ୍ୟାଚ ଖେଳୁବା ଆଗରୁ ବାପା ହେବାର ଖବର ପାଇ ସେ ଘରକୁ ଫେରିଥିଲେ l ଏବେ ପୁଣି ମ୍ୟାଚକୁ ପ୍ରତ୍ୟାବର୍ତନ କରି ସୁପର ୪ରେ ଯୋଗ ଦେଇଛନ୍ତି l

Comments are closed, but trackbacks and pingbacks are open.