ପାକିସ୍ତାନମସଜିଦରେ ବିସ୍ଫୋରଣ; ୨୮ ମୃତ, ୧୫୦ରୁ ଅଧିକ ଆହତ

23

ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଧମାକା ଏତେ ଜୋରରେ ଥିଲା ଯେ, ପୂରା ମସଜିଦ୍ ଦୋହଲି ଯାଇଥିଲା । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି ।ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ମସ୍‌ଜିଦ୍‌ରେ ନମାଜ ବେଳେ ଏହି ବିସ୍ଫୋରଣ ଘଟିଛି । ତେବେ କୁହାଯାଉଛି କି, ବିସ୍ଫୋରଣକାରୀ ଲୋକଙ୍କ ଗହଣରେ ଆଗ ଧାଡ଼ିରେ ରହିଥିଲେ । ପ୍ରାର୍ଥନା ସମୟରେ ସୁଯୋଗ ଦେଖି ଏଭଳି କାଣ୍ଡ ଭିଆଇଛନ୍ତି । ଏହି ମସଜିଦରେ ପାଖାପାଖି ୫୫୦ ଲୋକ ଥିଲେ । ଏହି ବିସ୍ପୋରଣରେ ମସଜିଦର କିଛି ଅଂଶ ଭୁଷୁଡ଼ି ପଡ଼ିଥିବା ବେଳେ ଏହା ତଳେ କିଛି ଲୋକ ଚାପି ହୋଇଥିବା ସନ୍ଦେହ କରାଯାଉଛି ।

ଆହତମାନଙ୍କୁ ପେଶାୱାରର ଲେଡି ରିଡିଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

Comments are closed, but trackbacks and pingbacks are open.