ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଯେ କୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ପ୍ରତିଦିନ ଆକ୍ରମଣ ଭୟରେ ଆତଙ୍କିତ ଅବସ୍ଥାରେ ରହିଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ଏଲଓସିରୁ ଶହ ଶହ କିଲୋମିଟର ଦୂରରେ ଥିବା ୨୯ ଟି ଜିଲ୍ଲାରେ ସାଇରନ ସିଷ୍ଟମ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି ।
ପାକିସ୍ତାନ ନାଗରିକ ପ୍ରତିରକ୍ଷା ବିଭାଗ ସମସ୍ତ ଅଧିକାରୀମାନଙ୍କୁ ଜରୁରୀକାଳୀନ ସତର୍କତା ପାଇଁ ଏହି ସାଇରନଗୁଡ଼ିକୁ ତୁରନ୍ତ ସ୍ଥାପନ କରି ଏକ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛି । ଏହି ସହର ଗୁଡିକ ମଧ୍ୟରେ ପେଶାୱାର, ଏବଟାବାଦ, ମର୍ଦାନ, କୋହାଟ, ସ୍ୱାତ, ଡେରା ଇସମାଇଲ ଖାନ ଏବଂ ବନ୍ନୁ ଭଳି ପ୍ରମୁଖ ସହରରେ ୪ଟି ସାଇରନ ଏବଂ ବାକି ୨୨ ଟି ଜିଲ୍ଲା ଲୋୟର ଦିର, ଚିତ୍ରାଲ, କୁରମ, ନୌଶେରା, ହରିପୁର, ବାଜୌର, ହାଙ୍ଗୁ, ୱାଜିରିସ୍ତାନ, ଓରାକଜାଇ ଭଳି ଅଞ୍ଚଳରେ ଗୋଟିଏ ଲେଖା ସାଇରନ ଲଗାଇବାକୁ ନିର୍ଦେଶ ରହିଛି । ଏହି ସମସ୍ତ ଜିଲ୍ଲା ଗୁଡିକ ଏଲଓସି ଠାରୁ ୩୦୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ। ପାକିସ୍ତାନର ବାଜୌର ଅଞ୍ଚଳରୁ ଏୟାର ସାଇରନ୍ ଲଗାଯାଉଥିବାର ଚିତ୍ର ସାମ୍ନାକୁ ଆସିଛି ।
Comments are closed, but trackbacks and pingbacks are open.