ପାକ୍ ସେନାରେ ଖେଳି ଯାଇଛି ଆତଙ୍କର ବାତାବରଣ । ଯୁଦ୍ଧକୁ ନେଇ ଛାନିଆ । ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ । ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଭ୍ୟାଲିରେ ଆକ୍ରମଣ ଘଟଣା ପରେ ପ୍ରତିଶୋଧ ପାଇଁ ତୟାର ହେଉଛି ଭାରତ । ଆଉ ଭାରତର ଆଭିମୁଖ୍ୟକୁ ଦେଖି ଭୟରେ ପାକିସ୍ତାନରେ ସାମରିକ ଅଧିକାରୀ ଏବଂ ସୈନିକଙ୍କ ଇସ୍ତଫା ଦେଇ ଚାଲିଥିବା ସୂଚନା ଆସୁଛି । ପାକିସ୍ତାନରେ ପ୍ରାୟ ୨୫୦ ଅଫିସର ଏବଂ ୨ ହଜାରରୁ ଅଧିକ ସୈନିକ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏହି ଘଟଣା ଭାରତ ବିରୋଧରେ ଯୁଦ୍ଧ ପାଇଁ ତୟାର ବୋଲି ବାହସ୍ଫୋଟ ମାରୁଥିବା ପାକିସ୍ତାନକୁ ବଡ଼ ଝଟକା ଦେଇଛି |
Comments are closed, but trackbacks and pingbacks are open.