ଭୁବନେଶ୍ୱର :ନୂଆପଡ଼ାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ । ପୁଣି ‘ବେଇମାନ’ କଥା ଉଠାଇ ଟାର୍ଗେଟ କଲେ ନବୀନ । ୩୦୦ ୟୁନିଟ୍ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ୍ ମିଳିଲା କି । ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି’। ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟ୍ନୀ ଛଟନୀ ବନ୍ଦ ହେଲା କି’ । ‘ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ କେବଳ ଡବଲ୍ ଧୋକା ମିଳିଛି lସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ। ଆଜି ଦ୍ୱିତୀୟ ଥର ପାଇଁ ସେ ନୂଆପଡା ଯାଇ ପ୍ରଚାର କରିଛନ୍ତି। ସେପଟେ ଗତକାଲି ମୋହନ ମାଝୀ ମଧ୍ୟ ବିରାଟ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କେଇଥିଲେ। କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରି ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଥିଲେ ମୋହନ। ନବୀନଙ୍କୁ ପାଲଟା ପ୍ରଶ୍ନ କରି ମୋହନ ପଚାରିଛନ୍ତି, ବିଜେପୁରରେ ଯେତେବେଳେ କଂଗ୍ରେସ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା, ସେତେବେଳେ ଏହା କ’ଣ ଥିଲା? ବିଜେଡି ସରକାର ଥିବା ବେଳେ କେତେଥର ବେଇମାନୀ କରିଛି, ତାର ହିସାବ ମାଗିଥିଲେ ମୋହନ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତା ଆଗେ ଡରିଯାଇଛି ବିଜେଡି। ନୂଆପଡାରେ ଦଳର ହାରିବା ଭୟ ରହିଛି। ସେଥିପାଇଁ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋଙ୍କୁ ନୂଆପଡ଼ାକୁ ନେଇଛି। ସଠିକ ଭାବେ ଚାଲିବୁଲି ପାରୁନଥିବା ନବୀନ ଏବେ ସ୍ନେହାଙ୍ଗିନୀଙ୍କ ପାଇଁ ବସରେ ବସି ପ୍ରଚାର କରୁଛନ୍ତି। ଅଧିକାଂଶ ସମୟରେ ଅସୁସ୍ଥତା କରଣର ଯିଏ ନିଜ ଦଳର କର୍ମୀ ଓ ବିଧାୟକଙ୍କୁ ଦେଖା କରିନଥାନ୍ତି, ସେ ଏବେ ଘନ ଘନ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ ମାଗୁଛନ୍ତି।
Comments are closed, but trackbacks and pingbacks are open.