ପଦ୍ମପୁର: ପ୍ରଚାର କରିବେ ନବୀନ

16

ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶକରିଛି ବିଜେଡି । କ୍ୟାମ୍ପେନର ତାଲିକାରେ ରହିଛନ୍ତି ୪୦ଜଣ । ତାଲିକାର ପ୍ରଥମରେ ସୁପ୍ରିମୋ ନବୀନ ପଟ୍ଟନାୟକ ରହିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ୧୦ଜଣ ମନ୍ତ୍ରୀ । ୩ଜଣ ଅଭିନେତା ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେବେ ତାଲିକାରୁ ବାଦ୍ ପଡ଼ିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମୋକେଶ ରାୟ । ମନ୍ତ୍ରୀ ସମୀର ଦାସଙ୍କୁ ସାମିଲ କରାଯାଇଛି । ସେହିପରି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଷ୍ଟାର କ୍ୟାମ୍ପେନର ତାଲିକାରେ ରଖିଛି ବିଜେଡି । ଅଭିନେତା ଅରିନ୍ଦମ ଓ ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି । ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝୀ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝୀ, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ବ୍ରଜକିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କୁ ସାମିଲ କରାଯାଇଛି ।

Comments are closed, but trackbacks and pingbacks are open.