ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ

26

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଶନିବାର ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂହଙ୍କ ଦସ୍ତଖତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ହେଉଛି ଉପନିର୍ବାଚନ । ବିଜେପିର ବିରିଷ୍ଠ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ୨୦୧୪ ସାଧାରଣ ନିର୍ବାଚନରେ ପଦ୍ମପୁର ଆସନରୁ ବିଜୟୀ ହୋଇଥିଲେ । ଉକ୍ତ ନିର୍ବାଚନରେ ପ୍ରଦୀପ ପୁରୋହିତ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ବରିହାଙ୍କୁ ୪,୫୨୦ ଖଣ୍ଡ ଭୋଟ୍‌ରେ ହରାଇ ବିଧାୟକ ହୋଇଥିଲେ । ପୁରୋହିତଙ୍କୁ ୬୮,୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବରିହାଙ୍କୁ ୬୪ ହଜାର ୪୦୬ ଖଣ୍ଡ ଭୋଟ୍ ମିଳିଥିଲା । ହେଲେ ୨୦୧୯ ନିର୍ବାଚନରେ ସ୍ଥିତି ଓଲଟି ଯାଇଥିଲା । ଏହି ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କ ଠାରୁ ପୁରୋହିତ ହାରିଥିଲେ । ବରିହା ମୋଟ୍ ୮୩,୨୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭,୫୬୫ ଖଣ୍ଡ ଭୋଟ୍ । ଏଥର ବିଜୟ ରଞ୍ଜନ ୫, ୭୩୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଆସନ୍ତା ୧୪ରେ ପରୋହିତ ନାମାଙ୍କନ ଭରିବେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ଉକ୍ତ ଉପନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ‘ଅନୁକମ୍ପା’କୁ ଆଧାରକରି ଭୋଟ୍ ହାତେଇବା ଲାଗି ଏବେଠାରୁ ରଣତୀତି ଆରମ୍ଭ କରିଥିଲାବେଳେ ବିଜେପି ବିଜେପି ବିକାଶକୁ ମୁଦ୍ଦା କରିଛି । ତେବେ ବରିହାଙ୍କ ପତ୍ନୀ ତିଲୋତ୍ତମାଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.