ଓଡ଼ିଶାର ୮ ଜଣଙ୍କୁ ପଦ୍ମଶ୍ରୀ ସହିତ ୧୧ ଜଣଙ୍କୁ ପଦ୍ମ ପୁରସ୍କାର : ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାର

22

ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏଥିରେ ୭ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏଥିରେ ଓଡ଼ିଶାର ୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ସହିତ ମୋଟ ୧୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ସୁନାମଧନ୍ୟ ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।ଚଳିତ ବର୍ଷ ଏପ୍ରିଲ୍‌ ୨୭ ତାରିଖରେ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା। ଏହା ପୂର୍ବରୁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୬ରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଜୈବ୍ୟ କୃଷିରେ ବିପ୍ଲବ ଆଣିିଥିବା ଓଡ଼ିଆ ବାପା ଓ ଝିଅ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ମିଳିଛି ପଦ୍ମଶ୍ରୀ। ପ୍ରଫେସର ରାଧାମୋହନଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରଫେସର ରାଧାମୋହନଙ୍କ ପତ୍ନୀ ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ଝିଅ ସାବରମତୀ, ରାଷ୍ଟ୍ରପତିଙ୍କ ପାଖରୁ ସମ୍ମାନ ନେଇଛନ୍ତି।

ସେହିପରି ସାନ୍ତାଳୀ ଭାଷାରେ ପାଇଁ ଡକ୍ଟର ଦମୟନ୍ତି ବେସରା, ଶିକ୍ଷା ଓ ସାହିତ୍ୟ ରେ ବୀଣାପାଣି ମହାନ୍ତି, ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଗୁଣ୍ଟିଆ (କଳା), ସ୍ୱର୍ଗତ ମନମୋହନ ମହାପାତ୍ର (କଳା), ଦିଗମ୍ବର ବେହେରା (ମେଡିସିନ୍), ଉତ୍ସବ ଚରଣ ଦାସ (କଳା), ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଓ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛିା ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କୁ ମିଳିଛି ପଦ୍ମ ବିଭୂଷଣ।

ସେହିପରି ନାଗାଲାଣ୍ଡର ୫ ଥରର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସଜି ଜମିର,ଅଭିନେତ୍ରୀ କଙ୍ଗନା ରାଣାୱତ, ଗାୟକ ଅଦନାନ ସାମୀ,ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ,ମହିଳା ହକି ଟିମ୍ କ୍ୟାପଟେନ୍ ରାଣୀ ରାମପାଲ୍ ଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ

Leave A Reply

Your email address will not be published.