ପଦ୍ମ ଧରିଲେ ପବନ ସେରାୱତ୍

22

ଆଜି ‘ଆମ୍ ଆଦ୍‌ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍‌ସିର୍ଲ ପବନ ସେରାୱତ୍ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି । ‘ଷ୍ଟାଣ୍ଡିଙ୍ଗ୍ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି । ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ନଗର ନିଗମ ଗୃହରେ ଗୋଳମାଳ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା ।

ଏହାଛଡ଼ା, ‘ଆପ୍‌’ର ରାଜନୀତି ତାଙ୍କୁ ଅଣନିଃଶ୍ୱାସୀ କରିପକାଉଛି ବୋଲି ସେ କହିଛନ୍ତି । ନୂଆ ମେୟର ନିର୍ବାଚିତ ହେବାର ଦିନକ ପରେ ଅର୍ଥାତ୍ ଗୁରୁବାର ଦିନ ମଧ୍ୟ ‘ଏମ୍‌ସିଡି’ ଗୃହରେ ‘ଆପ୍‌’ ଓ ‘ବିଜେପି’ ନେତାମାନେ ଗୋଳମାଳ କରି ସ୍ଲୋଗାନ୍ ଦେଇଥିଲେ । ତେଣୁ, ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବୁଧବାର ରାତିଠାରୁ ଏହାକୁ ମିଶାଇ ‘ଏମ୍‌ସିଡି’ ଗୃହ ୯ଥର ମୁଲତବୀ ରଖାଗଲାଣି ।
ଭୋଟ୍‌ ସମୟରେ ମୋବାଇଲ୍‌ ଫୋନ୍ ସାଥିରେ ଆଣିବା ବିଷୟକୁ କେନ୍ଦ୍ର କରି ‘ବିଜେପି’ ଓ ‘ଆପ୍‌’ ସଦସ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟଜନିତ ବିଶୃଙ୍ଖଳା ଯୋଗୁଁ ‌‌‌ଫେବ୍ରୁ୍ଆରି ୨୩ ତାରିଖ ଦିନ ବୈଠକ ଚାଲିବାର ୧ ଘଣ୍ଟା ମଧ୍ୟରେ ‘ଏମ୍‌ସିଡି’କୁ ମୁଲତବୀ ରଖାଯାଇଥିଲା।

Comments are closed, but trackbacks and pingbacks are open.