ଆନ୍ଦୋଳନରୁ ହଟିଲେ ପାଚିକା ମହାସଂଘ

119

ଭୁବନେଶ୍ୱର: ଦୀର୍ଘ ୪ ଦିନ ଧରି ରାଜଧାନୀର ଲୋୟର ପିଏମ୍‌ଜିରେ ଜାରି ରହିଥିବା ‘ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକ ପାଚିକା ମହାସଂଘ’ର ଆନ୍ଦୋଳନ ଶେଷ ହୋଇଛି। ସରକାରଙ୍କ ପକ୍ଷରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପାଚିକାମାନଙ୍କ ସ୍ୱଳ୍ପ ଦରମା ବୃଦ୍ଧି ପାଇଁ ସରକାର ବିଚାର କରିବେ। ସମସ୍ତ ପାଚିକା ଓ ପାଚକଙ୍କୁ ସରକାରୀ ସ୍ତରରେ ପରିଚୟ ପତ୍ର ପ୍ରଦାନ କରାଯାଇ ସ୍ୱୀକୃତି ଦିଆଯିବ। ଚାକିରି ସର୍ତ୍ତାବଳୀରେ ସଂସ୍କାର ଆଣିବା ସହ ନିୟମିତ କରିବା ଦାବିକୁ ଗୁରୁତ୍ୱ ଦିଆଯିବ। ବିଗତ ୩ ମାସର ବନ୍ଦ ଥିବା ଦରମା ତୁରନ୍ତ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।

Comments are closed, but trackbacks and pingbacks are open.