ନିଲମ୍ବିତ ହେଲେ ଓଇଝ ଅଧିକାରୀ

24

ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ଅଭିଷେକ ସିଂହଙ୍କୁ ନିଲମ୍ବନ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଗୁଜୁରାଟ ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଅପଲୋଡ କରିବାକୁ ନେଇ ଅଭିଷେକଙ୍କୁ ପଦରୁ ହଟାଇଦିଆଯାଇଥିଲା । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଭିଷେକଙ୍କୁ ୨୦୧୫ରେ ୩ ବର୍ଷ ପାଇଁ ଦିଲ୍ଲୀ ସରକାରଙ୍କ ପ୍ରତିନିଯୁକ୍ତି ଦିଆଯାଇଥିଲା ।

୨୦୧୮ରେ ଏହି ଅବଧିକୁ ୨ ବର୍ଷ ପାଇଁ ବଢାଇଦିଆଯାଇଥିଲା । ହେଲେ ସେବେଠାରୁ ସେ ମେଡିକାଲ ଲିଭରେ ରହିଗଲେ । ଏଥିପାଇଁ ଦିଲ୍ଲୀ ସରକାର ତାଙ୍କୁ ୨୦୨୦ରେ ତାଙ୍କୁ ତାଙ୍କ ମୂଳ କ୍ୟାଡରକୁ ପଠାଇଦେଲେ । ଏହା ପରେ ବି ସୁଧୁରିନଥିଲେ ଅଭିଷେକ । ୟୁପିରେ ତାଙ୍କୁ ନିଯୁକ୍ତି ମିଳିଥିଲେ ବି ସେଠାରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ ।

ତେବେ ସେ ଜଣେ ଅଭିନେତା ମଧ୍ୟ ରହିଛନ୍ତି । ଅନେକ ଆଲବମ୍ ଗୀତ ମୁଖ୍ୟ ରୋଲ୍ ପ୍ଲେଏ କରିଥିବା ବେଳେ ତାଙ୍କ ଆକ୍ଟିଙ୍ଗ୍ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ରହିଛନ୍ତି ଅଭିସେକ ସିଂ । ଯୁବ ବର୍ଗଙ୍କୁ ବେସ୍ ଆର୍କଷିତ ମଧ୍ୟ କରିଥିଲେ ତାଙ୍କ ଅଭିନୟ ଜରିଆରେ ।

Comments are closed, but trackbacks and pingbacks are open.