ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ

69

ଭୁବନେଶ୍ବର: ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି। ଆମ୍ବୁଲାନ୍ସର ଅକ୍ସିଜେନ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ ହୋଇ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁତୀୟା ଭୋଇ ଗୁରୁତର ହୋଇଛନ୍ତି । ଦୁଇ ଯାଆଁଳା ଶିଶୁକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ମଧ୍ୟରାତ୍ରରେ ମୁରିବାହାଲ ଥାନା ଅଧିନସ୍ଥ ଚିକନିବାହାଲି ଗାଁର ରାଧା ଜାନୀ ପ୍ରସବ ପାଇଁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଯାଆଁଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଏକ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିବା ସମୟରେ ଟିଟିଲାଗଡ଼ ଏମ୍‌ସିଏଚ୍‌ରେ ଅକ୍ସିଜେନ ଆମ୍ବୁଲାନ୍ସ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.