ଖସୁଛି ସଂକ୍ରମଣ :ରାଜ୍ୟରୁ ୮୫୨୦ ସଂକ୍ରମିତ ଚିହ୍ନଟ, ୬ମୃତ

18

ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ହାର ୧୦ ହଜାର ତଳକୁ ରହିଛି I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୫୨୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜିର ମୃତକ ଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି ପାଇଛି I ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ପ୍ରତିଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୩୨ ଓ କଟକରୁ ୭୮୯ ନୂଆ କେସ୍‌ ଆସିଛି। ୨୪ ଘଣ୍ଟାରେ ୭୨ ହଜାର ୫୨୪ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୮୫ ହଜାର ୩୨୦ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୦୪ ହଜାର ୬୬୦ କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୦୪୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୩୨୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୧୦୭୬୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୧୩୧୮୮୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.