ରାଜ୍ୟରେ କରୋନା ସଂକ୍ରମଣ ୧୦୦ ତଳକୁ : ୮୩ ସଂକ୍ରମିତ ଚିହ୍ନଟ, ୩ ମୃତ

30

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ସଂକ୍ରମଣ ୨୦୦ ତଳକୁ ରହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟରୁ ଆଜି ୩ ଜଣ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ଘଟିଛି I ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହିପରି ସଂକ୍ରମିତ ଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୪। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୫୪୦କୁ ବୃଦ୍ଧି ପାଇଛି। ମୋଟ ୧୨,୭୬,୪୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱର ୪, ବରଗଡ ୧, ଭଦ୍ରକ ୧, ବଲାଙ୍ଗୀର ୪,କଟକ ୫, ଗଜପତି ୮, ଗଞ୍ଜାମ ୨, ଯାଜପୁର ୧, କଳାହାଣ୍ଡି ୧, କନ୍ଧମାଳ ୧,କେନ୍ଦ୍ରାପଡା ୪, ଖୋର୍ଦ୍ଧା ୫, କୋରାପୁଟ ୩, ମୟୁରଭଞ୍ଜ ୫, ନବରଙ୍ଗପୁର ୬, ନୟାଗଡ ୧, ନୂଆପଡା ୧, ପୁରୀ ୧, ସମ୍ବଲପୁର ୧୨, ସୋନପୁର ୫, ସୁନ୍ଦରଗଡ ୧୦ , ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୪୦୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୮୩୧୨୪୩ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments are closed, but trackbacks and pingbacks are open.