ଖୋଳତାଡ଼ ହେବ ଆମ ଓଡ଼ିଶା ନବୀନ ଓଡ଼ିଶାର ଅନୁଦାନ

35

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ସରକାର । ମୁଖ୍ୟମନ୍ତ୍ରୀଭାବେ ମୋହନଚରଣ ମାଝୀ ଶପଥ ନେବା ପରେ ଦିନକୁଦିନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆମ ଓଡ଼ିଶା ନବୀନ ଓଡ଼ିଶାର ଅନୁଦାନ ସମ୍ପର୍କରେ ଏବେ ଖୋଳତାଡ଼ କରାଯିବ । ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷର ଅନୁଦାନ ସମ୍ପର୍କରେ ରାଜ୍ୟ ସରକାର ଖୋଳତାଡ଼ କରିବେ । ଆମ ଓଡ଼ିଶା ନବୀନ ଓଡ଼ିଶା ଭଗବାନଙ୍କ ଭରସାରେ ଚାଲିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି । କିଛି ଯୋଜନା ନଥିଲା, ଜେଇଙ୍କ ନାମରେ କାର୍ଯ୍ୟାଦେଶ ଆସୁଥିଲା ।  କିଏ କାମ କରୁଛି, କିଏ କେତେ କାମ କରୁଛି ସେ ସମ୍ପର୍କରେ ବିଭାଗୀୟ ସଚିବ କିଛି ଜାଣୁନଥିଲେ । ବିଭାଗରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି ।  ପ୍ରକାଶ ଯେ ଅକ୍ଟୋବର ୨୦୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଥିଲେ । ନିର୍ବାଚନ ପାଇଁ ଏହି ଯୋଜନା ବିଜେଡି ପାଇଁ ଗେମ ଚେଞ୍ଜର ହୋଇପାରେ ବୋଲି ସେତେବେଳେ କୁହାଯାଉଥିଲା । କିନ୍ତୁ ଏବେ ଉକ୍ତ ଯୋଜନା ବିଜେଡି ପାଇଁ ବୁମେରାଂ ହେବାକୁ ଯାଉଛି ।  ବିଜେପି ଯେତେବେଳେ ବିରୋଧୀ ସିଟରେ ବସିଥିଲା ସେତେବେଳେ ଦଳ ବିଜେଡିର ଏହି ଯୋଜନାକୁ ବିରୋଧ କରିଆସୁଥିଲା । ପ୍ରତି ୫୦ ଲକ୍ଷରେ ହେଉଥିବା  ପ୍ରକଳ୍ପ ତାଲିକା ଚୟନରେ ସେତେବେଳେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଯାଉନଥିଲା ।

Comments are closed, but trackbacks and pingbacks are open.