ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ନୂଆ ତାରିଖ ଘୋଷଣା କରିବ ବୋର୍ଡ

95

ଭୁବନେଶ୍ୱର: ଆଜି ହେବାକୁ ଥିବା ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ହେଲା ସ୍ଥଗିତ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା । ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୍‌-୧ ଓ ପେପର୍‌-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା । ତେବେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ । ସ୍ଥଗିତ କାରଣ ଅସ୍ପଷ୍ଟ ରହିଛି । ଏହି ଘୋଷଣା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନେକ ପରୀକ୍ଷାର୍ଥୀ ଦୀର୍ଘ ଦିନ ଧରି ପ୍ରସ୍ତୁତି ହୋଇଥିବାରୁ ଏହି ସ୍ଥଗିତକରଣ ନିଷ୍ପତ୍ତିକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି। ଜଣେ ପରୀକ୍ଷାର୍ଥୀ କହିଛନ୍ତି, “ଆମେ ମାସ ମାସ ଧରି ପଢ଼ିଛୁ, ଏବେ ହଠାତ୍‌ ପରୀକ୍ଷା ସ୍ଥଗିତ ହେବା ଆମ ପାଇଁ ନିରାଶାଜନକ।

Comments are closed, but trackbacks and pingbacks are open.