ଓଟିଇଟି- ୨୦୨୬ ପରୀକ୍ଷା ଫଳ ପ୍ରକାଶିତ: ମୋଟ୍ ପାସ୍ ହାର ୬୪.୪୮%

12

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ର ରେଜଲ୍ଟ। ଚଳିତ ବର୍ଷ ଉଭୟ ପେପର-୧ ଓ ପେପର-୨କୁ ମିଶାଇ ମୋଟ୍ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ଏହି ପରୀକ୍ଷାରେ ପାସ୍ ହାର ୬୮% ରହିଛି। ମୋଟ ୨୮,୮୨୧ ଜଣ ଆବେଦନ କରିଥିବା ବେଳେ ୨୪,୯୯୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭,୦୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ୩,୮୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏଥିରେ ୬୦.୬୮% ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ମୋଟ ୬୮,୩୩୦ ଜଣ ଫର୍ମ ପୂରଣ କରିଥିବା ବେଳେ ୫୯,୭୪୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୬,୨୪୯ ଜଣ ପାସ୍ କରିଛନ୍ତି ଏବଂ ୮,୫୯୦ ଜଣ ଅନୁପସ୍ଥିତ ଥିଲେ।

Comments are closed, but trackbacks and pingbacks are open.