ଲୋକ ପ୍ରତିନିଧି ମାନେ ଶିକ୍ଷକ ବଦଳି ପାଇଁ କରି ପାରିବେ ସୁପାରିସ କୁ ସମାଲୋଚନା କଲା ଓଷ୍ଟା

103

ଭୁବନେଶ୍ୱର: ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ବିରୋଧରେ ପ୍ରଶ୍ନ ଉଠାଇଛି ଓଷ୍ଟା। କେବଳ ଅଫଲାଇନରେ କାହିଁକି ଆବେଦନ ହେବ, ଅନଲାଇନ ଆବେଦନ ବି ହେଉ। କେବଳ ଅଫଲାଇନ ହେଲେ ମେଡିକାଲ ବା ସ୍ପାଉସ ସ୍ତରରେ ବଦଳି ହେବନି। ଦଳୀୟ ଭିତ୍ତିରେ ବଦଳି ନ ହେଉ। ସବୁ ଦଳର ବିଧାୟକମାନଙ୍କ ସୁପାରିଶକୁ ଅଗ୍ରାଧିକାର ଦିଆଯାଉ। କାରଣ ବିଜ୍ଞପ୍ତିରେ ଲେଖାଯାଇଛି ଯେ ଆବଶ୍ୟକତା ଭିତ୍ତିକୁ ଅଗ୍ରାଧିକାର ଦିଆଯିବ। ଶିକ୍ଷକ ଅଭାବ ଅଛନ୍ତି। ରାସନାଲାଇଜେସନକୁ ଗୁରୁତ୍ୱ ଦିଆଯାଇ ଶିକ୍ଷକ ଅଭାବ ଥିବା ସ୍କୁଲକୁ ଶିକ୍ଷକ ବଦଳି ହେଉ। ହେଲେ ଯେଉଁ ନିୟମ କରାଯାଇଛି ଯେ, ଗାଁରୁ ସହର ବଦଳି ହୋଇ ପାରିବ ନାହିଁ, ତାହା ପରିବର୍ତ୍ତନ କରାଯାଉ। ନ ହେଲେ ମେଡିକାଲ କି ସ୍ପାଇଜ୍ କ୍ଷେତ୍ରରେ ଏହା ବି ଅସୁବିଧା ଆଣିବ। ଯେଉଁମାନେ ଜିଲ୍ଲା ବାହାରକୁ ଯିବାକୁ ଚାହିଁବେ, ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଓଷ୍ଟା କହିଛି।

Comments are closed, but trackbacks and pingbacks are open.